ଘଟଣା ଓ ଦୁର୍ଘଟଣା

ରେଳ ଡବା ଭିତରେ ରହିଗଲେ ଶ୍ରମିକ,୨ ଘଣ୍ଟା ପରେ ଉଦ୍ଧାର କଲେ ସ୍ଥାନୀୟ ଲୋକେ

By Angul TV Bureau

October 14, 2022

ଅନୁଗୁଳ : କୋଇଲା ବୋଝେଇ ରେଳ ଡବା ଭିତରୁ କୋଇଲା ସାମ୍ପଲ ଆଣିଥିବା ସମୟରେ ରେଳ ଡବା ଭିତରେ ରହିଯାଇଛନ୍ତି ଶ୍ରମିକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ। ଏଠାରେ ନାଲକୋରୁ ତାଳଚେର କୋଇଲା ଆଣିବା ପାଇଁ ଯାଉଥିବା ରେଳ ଡବା ଭିତରେ ଜଣେ ଶ୍ରମିକ ରହିଯାଇଥିଲେ। ଏହି ଶ୍ରମିକ ନାଲକୋ କ୍ୟୁସିଆଇ ଅଧୀନରେ କାର୍ଯ୍ୟ କରୁଥିବା ଚନ୍ଦ୍ରମଣି ବେହେରା(୫୫) ବୋଲି ଜଣାଯାଇଛି।

ଟ୍ରେନଟି ନାଲକୋରୁ ଗତ ରାତି ୨ ଟା ବେଳେ କୋଇଲା ପାଇଁ ବାହାରି ଥିଲା। ସେତେବେଳେ ଟ୍ରେନରେ ଚନ୍ଦ୍ରମଣି ଫସିରହିଥିଲେ। ପ୍ରାୟ ୨ କିଲୋମିଟର ଯିବା ପରେ ଏହା ଦେଖି କର୍ଣ୍ଣପୁର ଠାରେ ସ୍ଥାନୀୟ ଲୋକେ ଟ୍ରେନ ଅଟକାଇ ଡବା ଭିତରୁ ଶ୍ରମିକଙ୍କୁ ବାହାର କରିଥିଲେ। ଫଳରେ ସେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି। ସୁରକ୍ଷା କର୍ମୀଙ୍କ ଢିଲା କାମ ଯୋଗୁ ଏଭଳି ହୋଇଥିବା ଲୋକେ ଅଭିଯୋଗ କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।