ଅନୁଗୁଳ: ସାଇକେଲ୍ ଆରୋହୀଙ୍କୁ ଘୋଷାଡ଼ି ନେଲା ଟ୍ରକ୍। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି। ଗୁରୁତର ଯୁବକ ହେଲେ ଅନୁଗୁଳ ଜିଲ୍ଲା କୁମଣ୍ଡ ଦେଉଳପଡ଼ା ଛକର ସଦେଇ ସ୍ୱାଇଁ(୪୫)।
ସୂଚନା ମୁତାବକ, ଦିନ ମଜୁରିଆ ଭାବେ କାମ କରୁଥିବା ସଦେଇ ଆଜି ସାଇକେଲ୍ରେ ଯାଉଥିଲେ। ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଦେଉଳପଡ଼ା ଛକ ନିକଟରେ ସେ ଭାରସାମ୍ୟ ହରାଇ ସାଇକେଲରୁ ଖସି ପଡ଼ିଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ଘୋଷାଡ଼ି ନେଇଥିଲା। ଟ୍ରକ ଚକା ତଳେ ସଦେଇ ପଡ଼ି କିଛି ବାଟ ଘୋଷାଡ଼ି ହୋଇଯାଇଥିଲେ। ଚକା ତଳେ ରହିଯିବାରୁ ସଦେଇଙ୍କ ଡାହାଣ ହାତଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ମୁହଁ ଓ ଛାତିରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପରେ ଲୋକେ ରାସ୍ତା ଅବରୋଧ କରିଥିଲେ। ଫଳରେ ଅନୁଗୁଳ-ଛେଣ୍ଡିପଦା ମୁଖ୍ୟ ରାସ୍ତାରେ ଶହଶହ ଗାଡ଼ି ଛିଡ଼ା ହୋଇଥିବା ଦେଖାଯାଇଛି। ଘଟଣାସ୍ଥଳରେ ସଦର ଥାନା ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି।