ଘଟଣା ଓ ଦୁର୍ଘଟଣା

ଦାଦାଙ୍କୁ ପିଟି ପିଟି ମାରିଦେଲା ପୁତୁରା

By Biswaranjan Pattnaik

August 14, 2021

ଅନୁଗୁଳ: ଠେଙ୍ଗାରେ ପିଟି ପିଟି ନିଜ ଦାଦାଙ୍କୁ ହତ୍ୟା କରିଛନ୍ତି ପୁତୁରା। ଘରୋଇ କଳିକୁ କେନ୍ଦ୍ର କରି ହଣ୍ଡପା ଥାନା ପ୍ରତାପପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ପୁଲିସ ପୁତୁରାଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ପ୍ରତାପପୁର ଗାଁରେ ଗଙ୍ଗାଧର ନାଗ ଓ ତାଙ୍କ ପୁତୁରା ଲିପୁ ନାଗଙ୍କ ଭିତରେ ଦୀର୍ଘ ଦିନ ହେବ ଘରୋଇ କଳହ ଲାଗି ରହିଥିଲା ଗୁରୁବାର ସନ୍ଧ୍ୟାରେ ସେମାନଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ଏପରିକି କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା। ଏହି ସମୟରେ ଲିପୁ ନାଗ ଓ ତାଙ୍କ ଭାଇମାନେ ଉତ୍ୟକ୍ତ ହୋଇ ଠେଙ୍ଗାରେ ପିଟି ପିଟି ମାରି ଗଙ୍ଗାଧରଙ୍କୁ ହତ୍ୟା କରିଥିଲେ । ଗଙ୍ଗାଧରଙ୍କ ମା’ ଯଶୋଦା ଶୁକ୍ରବାର ସକାଳେ ହଣ୍ଡପା ଥାନାରେ ଏଥିନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଶବ ଜବତ କରିବା ସହ ଏ ସଂପର୍କରେ ଏକ ମାମଲା ରୁଜୁକରି ଅଭିଯୁକ୍ତ ଲିପୁ ନାଗଙ୍କୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି।