ଘଟଣା ଓ ଦୁର୍ଘଟଣା

ସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଭୁଜାଲିରେ ଆକ୍ରମଣ

By Biswaranjan Pattnaik

August 05, 2022

ଅନୁଗୁଳ: ଅନୁଗୁଳ ପ୍ରଗତି ନଗରରେ ରହୁଥିବା ଜଣେ ସହକାରୀ ବ୍ୟାଙ୍କ ପରିଚାଳକଙ୍କୁ ଗୁରୁବାର ରାତି ୯ଟା ସମୟରେ ଜଣେ ଦୁର୍ବୁତ୍ତ ଭୁଜାଲିରେ ହାଣି କ୍ଷତାକ୍ତ କରିଛି।

ସଦର ଥାନା ଆଇଆଇସି ସତ୍ୟବ୍ରତ ରାଉତଙ୍କ ସୂଚନା ମୁତାବକ, ଇଣ୍ଡସଇଣ୍ଡ ବ୍ୟାଙ୍କ ସହକାରୀ ପରିଚାଳକ ବାଳକୃଷ୍ଣ ସାହୁ ଘରେ ନଥିବା ବେଳେ ରାତି ୯ଟା ସମୟରେ ତଳମୂଳ ଅଞ୍ଚଳର କାର୍ତିକ ପଟ୍ଟନାୟକ (୨୮) ନାମକ ଯୁବକ ତାଙ୍କ ଘର କବାଟ ବାଡେଇଥିଲେ। ବାଳକୃଷ୍ଣଙ୍କ ସ୍ତ୍ରୀ କବାଟ ନ ଫିଟାଇବାରୁ କାର୍ତିକ ଆଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହି ସମୟରେ ବାଳକୃଷ୍ଣ ଘରକୁ ଫେରି କାର୍ତିକଙ୍କୁ ଘର ଗେଟ ପାଖରେ ଦେଖିଥିଲେ। ଏଥିରେ କାର୍ତିକ ଉତ୍କ୍ଷିପ୍ତ ହୋଇ ଏକ ଭୁଜାଲି ବାହାର କରି ବାଳକୃଷ୍ଣଙ୍କୁ ଆକ୍ରମଣ କରିଥିଲେ। ଭୁଜାଲି ଚୋଟରେ ବାଳକୃଷ୍ଣଙ୍କ ହାତରେ ଗଭୀର କ୍ଷତ ସୃଷ୍ଟିହୋଇଥିଲା ବାଳକୃଷ୍ଣଙ୍କ ଅଭିଯୋଗ ପାଇ ସଦର ପୋଲିସ କାର୍ତିକକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।