ଅନୁଗୁଳ: ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ପାଲଲହଡ଼ା ମଣ୍ଡଳ ଓ ଖେମଳା ମଣ୍ଡଳ ସ୍ତରୀୟ ଦିନଦୟାଲ ପ୍ରଶିକ୍ଷଣ ମହାଭିଯାନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶରତଚନ୍ଦ୍ର କ୍ଲବଠାରେ ପାଲଲହଡ଼ା ମଣ୍ଡଳ ସଭାପତି ଆଶିଷ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ପ୍ରଶିକ୍ଷଣ ମହାଭିଯାନ ଖେମଳା ମଣ୍ଡଳ ଝିମିରିପାଲି ସ୍ଥିତ ନରୋତ୍ତମ ହୋଟେଲ ଠାରେ ମଣ୍ଡଳ ସଭାପତି ଛନ୍ଦା ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ପ୍ରଶିକ୍ଷଣ ମହାଭିଯାନକୂ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ଉଦଘାଟନ କରି ସକ୍ଷମ କାର୍ଯ୍ୟକର୍ତ୍ତା ଶକ୍ତିଶାଳୀ ସଂଗଠନ ସମ୍ପର୍କରେ ଆଲୋକପାତ କରିଥିଲେ। ଡ଼ଃ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ଦ୍ଵାରା ଜନସଂଘଠାରୁ ଆରମ୍ଭ କରି ଦଳ ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସଂଘର୍ଷ ଓ ଅଦମ୍ୟ ସାହାସ ଉପରେ ପରିପ୍ରକାଶ କରିଥିଲେ। ଉପସ୍ଥିତ ସକ୍ରିୟ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସାଙ୍ଗଠନିକ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା।
ବରିଷ୍ଠ ବିଜେପି ନେତା ଲିଙ୍ଗରାଜ ଦାସ, ପ୍ରଭାତ ପ୍ରଧାନ, ଆଇନଜୀବୀ ତ୍ରିପୁରାରି ପ୍ରଧାନ, ରାଜ୍ୟ ଚନ୍ଦନ ସ୍ୱରାଜ, ପ୍ରଶାନ୍ତ ପୃଷ୍ଟି ପ୍ରଶିକ୍ଷକ ଭାବେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ମାର୍ଗଦର୍ଶନ କରିଥିଲେ। ନୃସିଂହ ବରାଳ, ଶୋଭାଙ୍ଗିନୀ ପ୍ରଧାନ, ବିଧାନସଭା ସଂଯୋଜକ ପ୍ରହଲ୍ଲାଦ ସାମଲ, ବୁଧଦେବ ନାୟକ, ନୀଳାମ୍ବର ପ୍ରଧାନ, ଧର୍ମେନ୍ଦ୍ର ସାହୁ, ଧର୍ମେନ୍ଦ୍ର ମହାନ୍ତଙ୍କ ସମେତ ସମସ୍ତ ଶକ୍ତି କେନ୍ଦ୍ର ସଭାପତି, ବୁଥ ସଭାପତି ପ୍ରମୁଖ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।