ଅନ୍ୟାନ୍ୟ

ଚନ୍ଦନେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

By Biswaranjan Pattnaik

May 31, 2024

 

ଅନୁଗୁଳ: ଆସନ୍ତା ୧ ତାରିଖ ଦିନ ପୁରୁଣାଗଡ ଚନ୍ଦନପୁର ଠାରେ ଶ୍ରୀ ଶ୍ରୀ ଚନ୍ଦନେଶ୍ଵର ମହାଦେବ ଏବଂ ପଞ୍ଚମୁଖୀ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳିତ ହେବ। ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ସମାରୋହରେ ଆଜି ଅଙ୍କୁରାରୋପଣ,ଅଧିବାସ,ଜୁନ ୧ ତାରିଖ ଦିନ କଳସ ଶୋଭାଯାତ୍ରା,ଯଜ୍ଞ,୨ ତାରିଖ ଦିନ ଗୋ ପୂଜା,ସୂର୍ଯ୍ୟପୂଜା,୩ ତାରିଖ ଦିନ ଗୁରୁପୂଜା,ନାମ ସଙ୍କୀର୍ତ୍ତନ,ଯଜ୍ଞ ଏବଂ ୪ ତାରିଖ ଦିନ ପୂର୍ଣ୍ଣାହୁତି ଓ ପ୍ରସଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭକ୍ତ ମାନେ ବହୁ ସଂଖ୍ୟାରେ ଯୋଗ ଦେବାକୁ ମନ୍ଦିର ପରିଚାଳନା କମିଟି ନିବେଦନ କରିଛନ୍ତି।