ରାଶିଫଳ

ଆଜିର ରାଶିଫଳ

By angultvadmin

December 06, 2022

ମେଷ: ଅପରାହ୍ନ ୩ଟା ୦୩ ମିନିଟ୍ ପର୍ଯ୍ୟନ୍ତ ଘାତଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମନରେ ଅସ୍ଥିରତା, ପରିବାରରେ ବିବାଦ, ସ୍ଵଜନରେ ମତାନ୍ତର ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ଵଚ୍ଛ ହେବ ଏବଂ କର୍ମରେ ବାଧା ପହଞ୍ଚିବ। ଏହା ପରେ ଦ୍ଵିତୀୟ ଚନ୍ଦ୍ର ହେତୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ସମସ୍ତ କର୍ମରେ ଓ ବ୍ୟବସାୟରେ ଶୁଭଫଳ ମିଳିବ। ଯେଉଁମାନଙ୍କର କୃତ୍ତିକା ମେଷ ଓ ଯାହର ପ୍ରଥମ ନାମାକ୍ଷର ‘ଆ’ ସେମାନେ ସତର୍କ ହେବେ । ଶୁଭରଙ୍ଗ: ଲାଲ୍, ସଂଖ୍ୟା : ୩, ଆରାଧନା: ପ୍ରଭୁ ସ୍କନ୍ଦ ।

ବୃଷ:ଅପରାହ୍ନ ୩ଟା ୦୩ ମିନିଟ୍ ପର୍ଯ୍ୟନ୍ତ ଦ୍ବାଦଶ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ବିଫଳତା ଓ ବିଳମ୍ବ ଦେଖାଦେବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ଵଳ୍ପ ହେବ । ମନ ଅସ୍ଥିର ରହିବ ଏବଂ ସମସ୍ତ କର୍ମରେ ଭୁଲ୍ ନିଷ୍ପତ୍ତି ନେବେ । ଏହା ପରେ ଶ୍ରୀଚନ୍ଦ୍ର ହେତୁ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ଧନ, ମାନ, ସମ୍ମାନ ଓ ସୁଖ୍ୟାତି ମିଳିବ। ଯେଉଁମାନଙ୍କର କୃରିକା ବୃଷ ଓ ଯାହାର ପ୍ରଥମ ନାମାକ୍ଷର ଇ, ଉ, ଏ ସେମାନେ ସତର୍କ ହେବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୪, ଆରାଧନା: ପ୍ରଭୁ ଶ୍ରୀରାମ ।

ମିଥୁନ: ଅପରାହ୍ନ ୩ଟା ୦୩ ମିନିଟ୍ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ଯୋଗୁ ସେସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ, ପରିବହନରେ ଉତ୍ତମ ଆୟ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଅନ୍ୟକୁ ଦେଇଥିବା ଧନ ଫେରିପାଇବେ। କର୍ମରେ ସଫଳତା ଓ ସମ୍ମାନ ମିଳିବ। ଏହା ପରେ ଦ୍ବାଦଶ ଚନ୍ଦ୍ର ହେତୁ ଅଯଥା ଖର୍ଚ୍ଚ, ବଦଖର୍ଚ୍ଚ ବଢ଼ିଚାଲିବ ଏବଂ ମନରେ ଅସ୍ଥିରତା ଓ ବ୍ୟଗ୍ରତା ବଢ଼ି ଚାଲିବ । କର୍ମରେ ବିଫଳତା ଏବଂ କର୍ମ ପ୍ରତି ଅନାଗ୍ରହ ଭାବ ପ୍ରକାଶ ପାଇବ। ଯେଉଁମାନଙ୍କର ଆର୍ଦ୍ର ମିଥୁନ ଓ ଯାହାର ପ୍ରଥମ ନାମାକ୍ଷର କୁ, ଘ, ଡ,ଛ ସେମାନେ ସତର୍କ ହେବେ । ଶୁଭରଙ୍ଗ: କଫି, ସଂଖ୍ୟା: ୧୨, ଆରାଧନା: ମା’ ଛିନ୍ନମସ୍ତା ।

କର୍କଟ: ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଏବଂ ଶୁଭବାର ମଙ୍ଗଳବାର ଯୋଗୁ ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ଉନ୍ନତି ଏବଂ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ନୂତନ ବ୍ୟବସାୟ କିମ୍ବା ବ୍ୟବସାୟର ଶାଖା ବଢ଼ାଇବା ପାଇଁ ଯୋଜନା କରିବେ । କର୍ମରେ ଆଶାଠାରୁ ଅଧିକ ଏବଂ ସମସ୍ତ କର୍ମରେ ଆପଣଙ୍କର ସ୍ଵଚ୍ଛତା ଓ ସମୟାନବର୍ତିତା ପ୍ରକାଶ ପାଇବ। ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଲାଲ, ସଂଖ୍ୟା: ୨, ଆରାଧନା: ମା’ ଭୁବନେଶ୍ଵରୀ ।

ସିଂହ: ନବମ ଓ ଦଶମ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଗୁରୁଜନଙ୍କ କୃପା, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଶୁଭଦୃଷ୍ଟିରେ ରହିବେ। ମନରେ ଉନ୍ନତ ଚିନ୍ତାଧାରା ଓ ଉଚ୍ଚାଭିଳାଷ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ସଫଳତା ଏବଂ ପଦସ୍ଥ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ। ଯେଉଁମାନଙ୍କର ପୂର୍ବା ଫାଲଗୁନୀ ସିଂହ ସେମାନେ ଉପକୃତ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୩, ଆରାଧନା: ମା’ ମାତଙ୍ଗୀ ।

କନ୍ଯା: ଅପରାହ୍ନ ୩ଟା ୦୩ ମିନିଟ୍ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ସମସ୍ତ କର୍ମରେ ଓ ବ୍ୟବସାୟରେ ଅଶୁଭ ଫଳ ପ୍ରାପ୍ତି ହେବ । ଧନ।କ୍ଷତି, ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ଏହା ପରେ ନବମ ଚନ୍ଦ୍ର ଯୋଗୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଗୁରୁଜନଙ୍କ କୃପାଲାଭ କରିବେ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ। ଯେଉଁମାନଙ୍କର ଉତ୍ତରା ଫାଲଗୁନୀ କନ୍ୟା ଓ ଯାହାର ପ୍ରଥମ ନାମାକ୍ଷର ଟୋ, ଶା, ପି ସେମାନେ ସତର୍କ ହେବେ। ଶୁଭରଙ୍ଗ: ମେରୁନ୍, ସଂଖ୍ୟା: ୮, ଆରାଧନା: ମା’ ତ୍ରିପୁରସୁନ୍ଦରୀ।

ତୁଳା: ଅପରାହ୍ନ ୩ଟା ୦୩ ମିନିଟ୍ ପର୍ଯ୍ୟନ୍ତ ସପ୍ତମ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ମାନସିକ, ପାରିବାରିକ ଶାନ୍ତି ଏବଂ ଦାମ୍ପତ୍ୟ ଜୀବନ ମଧୁର ହେବ। ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ମଧ୍ଯମ ହେବ ଏବଂ କର୍ମରେ ଆଂଶିକ ସଫଳତା ମିଳିବ। ଏହା ପରେ ଅଷ୍ଟମ ଚନ୍ଦ୍ର ଯୋଗୁ ସମସ୍ତ କର୍ମରେ ବାଧାବିଘ୍ନ ଓ କର୍ମ ପ୍ରତି ଆଳସ୍ୟତା ଭାବ ପ୍ରକାଶ ପାଇବ । ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଲାଗି ରହିବ । ଯେଉଁମାନଙ୍କର ଚିତ୍ରା ତୁଳା ସେମାନେ ଉପକୃତ ହେବେ। ଶୁଭରଙ୍ଗ: ନୀଳ, ସଂଖ୍ୟା: ୬, ଆରାଧନା: ମା’ ସମଲେଶ୍ୱରୀ ।

ବିଛା: ଅପରାହ୍ନ ୩ଟା ୦୩ ମିନିଟ୍ ପର୍ଯ୍ୟନ୍ତ ଷଷ୍ଠ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମ୍ମାନ ମିଳିବ । ଏହା ପରେ ଘାତଚନ୍ଦ୍ର ଯୋଗୁ ମନରେ ଅସ୍ଥିରତା, ପରିବାରରେ ବିବାଦ, ସହଧର୍ମିଣୀଙ୍କ ସହ ମତାନ୍ତର କିମ୍ବା ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ।ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ଵଳ୍ପ ରହିବ ଏବଂ କର୍ମରେ ଅନାଗ୍ରହ ଓ ମହିଳା ସହକର୍ମୀଙ୍କ ସହ ବିବାଦ ହୋଇପାରେ। ଯେଉଁମାନଙ୍କର ଅନୁରାଧା ବିଛା ଓ ଯାହାରା ପ୍ରଥମ ନାମାକ୍ଷର ନା, ନି, ନୁ, ନେ ସେମାନେ ସତର୍କ ହେବେ। ଶୁଭରଙ୍ଗ: ହଳଦିଆ, ସଂଖ୍ୟା: ୧୧, ଆରାଧନା: ମା’ ବଗଳାମୁଖୀ ।

ଧନୁ: ପଞ୍ଚମ ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନ ସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ, ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସହକର୍ମୀଙ୍କ ସହଯୋଗ ପ୍ରାପ୍ତ ହେବ। ସନ୍ତାନମାନେ ଆଜ୍ଞାଧୀନ ହେବେ ଏବଂ ପିତାମାତାଙ୍କ କୃପାଲାଭ କରିବେ । ମନ ପ୍ରଫୁଲ୍ଲ ରହିବ ଏବଂ ସ୍ୱାସ୍ଥ୍ୟ ଉତ୍ତମ ରହିବ। ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ ସେମାନେ ସୁଫଳ ପାଇବେ। ଶୁଭରଙ୍ଗ: ଧଳା, ସଂଖ୍ୟା: ୫, ଆରାଧନା: ମା’ ଧୂମାବତୀ।

ମକର: ଅପରାହ୍ନ ୩ଟା ୦୩ ମିନିଟ୍ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ଓ ଘାତବାର ଯୋଗୁ ବାଦବିବାଦ, ଆର୍ଥିକ କାରବାର, ସଜନରେ କଥାବାର୍ତ୍ତା ଓ ଯାନବାହନ ଆରୋହଣ କାଳରେ ସତର୍କ ହେବେ । ବାଣିଜ୍ୟ, ବ୍ୟବସାୟ,ପରିବହନରେ ଆୟ ସ୍ବଚ୍ଛ ହେବ ଏବଂ ଅଯଥା ଖର୍ଚ୍ଚ ଅଧିକ ହେବ ଏବଂ କର୍ମରେ ବାଧାବିଘ୍ନ ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ ଓ ଏ ସମୟ ପରେ ସ୍ଥିତିରେ ପରିବର୍ତ୍ତନ ଆସିବ ଏବଂ ସମସ୍ତ କର୍ମରେ ଓ ବ୍ୟବସାୟରେ ଆଂଶିକ ଶୁଭଫଳ ମିଳିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ମକର ଓ ଯାହାର ପ୍ରଥମ ନାମାକ୍ଷର ଭୋ, ଜା, ଜୀ,ସେମାନେ ସତର୍କ ହେବେ । ଶୁଭରଙ୍ଗ: ଇନ୍ଦ୍ରନୀଳ, ସଂଖ୍ୟା: ୩, ଆରାଧନା: ମା’ ବିମଳା ।

କୁମ୍ଭ: ଅପରାହ୍ନ ୩ଟା ୦୩ ମିନିଟ୍ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ଯୋଗୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟ, ବ୍ୟବସାୟ, ପରିବହନରେ ଉତ୍ତମ ଆୟ, କର୍ମରେ ସଫଳତା, ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ସ୍ୱାସ୍ଥ୍ୟ ଠିକ୍ ରହିବ । ଏହା ପରେ ଚତୁର୍ଥ ଚନ୍ଦ୍ର ଯୋଗୁ ବାଣିଜ୍ୟରେ ମାନ୍ଦାବସ୍ଥା,। ସ୍ୱଜନରେ ବିବାଦ, କର୍ମରେ ବାଧାବିଘ୍ନ, ମନରେ ଅସ୍ଥିରତା, ପରିବାରରେ ବିବାଦ ଏବଂ ଆଣ୍ଠୁଗଣ୍ଠିଜନିତ କଷ୍ଟ ଭୋଗିବେ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ: ମାଟିଆ, ସଂଖ୍ୟା : ୬, ଆରାଧନା: ମା’ କାଳୀ ।

ମୀନ: ଦ୍ବିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବାରୁ ଧନ, ସମ୍ପଦ,ପ୍ରାଚୁର୍ଯ୍ୟ, ପ୍ରତିପତ୍ତି, ଐଶ୍ବର୍ଯ୍ୟ ପ୍ରାପ୍ତି ହେବ ଏବଂ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ। ସମସ୍ତ ସୁବିଧା ସୁଯୋଗ ହାତପାଆନ୍ତାରେ ଉପଲବ୍ଧ ହେବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ଦରମାରେ କିଛି ବୃଦ୍ଧି, ପ୍ରମୋଶନ ଏବଂ କର୍ମସ୍ଥାନର ସମସ୍ତ ସୁବିଧା, ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ ସେମାନେ ଉପକୃତ ହେବେ । ଶୁଭରଙ୍ଗ: ଗୋଲାପୀ, ସଂଖ୍ୟା : ୭, ଆରାଧନା: ପ୍ରଭୁ ଗଜାନନ।