ମୁଖ୍ୟ ଖବର

ଗାଁ ଗାଁ ବୁଲି ଆମ୍ବ ବିକିବ ଓରମାସ, ଆମ୍ବ ବିକ୍ରି ଗାଡ଼ିର ଉଦଘାଟନ କଲେ ଜିଲ୍ଲାପାଳ

By Angul TV Bureau

May 26, 2023

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଓରମାସ ପକ୍ଷରୁ ଆମ୍ବ ବିକ୍ରି ଗାଡ଼ିର ଉଦଘାଟନ ହୋଇଛି। ଏ ଅବସରରେ ୩ ଟି ବିଭିନ୍ନ କିସମର ଆମ୍ବ ବୋଝେଇ ଗାଡିକୁ “ଗାଁ ଆମ ପସରା” (MANGO ON WHEEL) ନାମରେ ନାମିତ କରି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ଗାଡ଼ିଗୁଡିକ ମୁଖ୍ୟତଃ ଅନୁଗୁଳ ପୌରପାଳିକା, ଜିନ୍ଦଲ, ନାଲ୍‌କୋ, ଏନ୍ ଟି ପି ସିଟି ଟି ପି ଏସ୍, ମହାନଦୀ କୋଇଲା ଖଣି, ତାଳଚେରର ବିଭିନ୍ନ ଶିଳ୍ପାଞ୍ଚଳ ଅଧିବାସୀ ଓ ସାଧାରଣ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ଆଜି ଠାରୁ ଆସନ୍ତା ଜୁନ୍ ମାସ ୧ ତାରିଖ ପର୍ଯ୍ୟନ୍ତ ପରିଭ୍ରମଣ କରିବ। ଏହା ଦ୍ବାରା ଉପଭୋକ୍ତାମାନେ ସୁଲଭ ମୂଲ୍ୟରେ ସ୍ବାଦିଷ୍ଟ ଆମ୍ବ ପାଇବା ସହ ଆମ୍ବ ବିକାଳୀମାନେ ମଧ୍ୟ ଲାଭବାନ ହୋଇପାରିବେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ, ଡି ଡି ଏମ୍ ନାବାର୍ଡ, ଏଲ୍ ଡି ଏମ୍. ଡି ଡି ଏଚ୍, ସିଡିଏଓ, ଜିଏମ୍ (ଡି ଆଇ ସି) ଏବଂ ଜେ ଏସ୍ ପି ଏଲ କର୍ମଚାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ସେହିପରି ଜୁନ୍ ୨ ଠାରୁ ଜୁନ୍ ୯ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବିଭିନ୍ନ କିସମର ଆମ ପ୍ରଦର୍ଶନୀ କରାଯିବ ବୋଲି ଓରମାସର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ସୌରଭମୟ ଦାସ ସୂଚନା ଦେଇଛନ୍ତି।