ଅନ୍ୟାନ୍ୟ

ଶିକ୍ଷୟିତ୍ରୀ ମନୋରମା ସାହୁଙ୍କୁ ଅବସର ସମ୍ବର୍ଦ୍ଧନା

By Angul TV Bureau

October 01, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଳକ୍‌ ବଇଣ୍ଡା ରାମଦେଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ସାହୁ ଗୁରୁବାର ଅବସର ଗ୍ରହଣ କରିଛନ୍ତି । ତାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିସରରେ ଶିକ୍ଷକ ସୁବଳ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ଜଳଧର ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସନାତନ ସାହୁ, ଶିକ୍ଷକ ଭବାନୀ ଶଙ୍କର ପ୍ରଧାନ, ଗୋପାଳ ଚନ୍ଦ୍ର ପାଣିଗ୍ରାହୀ, ଶିକ୍ଷୟିତ୍ରୀ ସୁକାନ୍ତି ମଞ୍ଜରି ଚାତମ୍ବା, ପ୍ରେମଲତା ସାହୁ, ରଶ୍ମୀ ବେହେରା ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ। ଶ୍ରୀମତୀ ସାହୁ ଦୀର୍ଘ ୩୬ ବର୍ଷ ଏହି ବିଦ୍ୟାଳୟରେ ଶିକ୍ଷକତା କରିଥିଲେ।