ଘଟଣା ଓ ଦୁର୍ଘଟଣା

ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

By Angul TV Bureau

November 12, 2022

ତାଳଚେର: ଆଜି ତାଳଚେର ପୋଲିସ ସ୍ଥାନୀୟ ବହ୍ଲର ଛକ ନିକଟସ୍ଥ ମନ୍ଦିର ସାମ୍ନା ନାଳ ନିକଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି।

ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହର ଭିଡିଓ ମୋବାଇଲରୁ ମୋବାଇଲ ଘୁରି ବୁଲିବା ପରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର୍ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟକ୍ତି ବନ୍ତଳା ଥାନା ଖଲଗାଁର ଦୟାନିଧି ସାହୁ ବୋଲି ଜଣାପଡ଼ିଛି। ଖବର ପାଇ ପରିବାର ଲୋକେ ଶବକୁ ଚିହ୍ନଟ କରିବା ସହ ଏହା ଆତ୍ମହତ୍ୟା ନୁହେଁ ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଦୟାନିଧି ବହ୍ଲର ଛକ ନିକଟସ୍ଥ ରାଜ୍ ହୋଟେଲରେ କାମ କରି ଆସୁଥିଲେ। ତାଙ୍କ ଦରମା ୫୦ ହଜାର ହୋଇଥିବା ବେଳେ ହୋଟେଲ ମାଲିକ କୌଣସି ପଇସା ଦେଇ ନଥିଲେ। ଏଣୁ କିଛି ଦିନ ତଳେ ହୋଟେଲ ମାଲିକଙ୍କ ନାମରେ ସେ ଲେବଲ୍ କେସ କରିଥିଲେ। ତେଣୁ ହୋଟେଲ ମାଲିକ ରାଗ ରଖି ଦୟାନିଧିଙ୍କୁ ହତ୍ୟା କରିଛନ୍ତି ବୋଲି ଦୟାନିଧିଙ୍କ ପୁଅ ବିଭୂତି ସାହୁ ଅଭିଯୋଗ ଆଣିଛନ୍ତି।