କଳା ଓ ସଂସ୍କୃତି

ମାର୍ଗଶିର ଶେଷ ଗୁରୁବାର: ବିଭିନ୍ନ ସ୍ଥାନରେ ମାଣବସାରେ ପୂଜା ପାଇଲେ ମା’ ଲକ୍ଷ୍ମୀ, ଝୋଟି ଚିତାରେ ଝଟକିଲା ସବୁରି ଦୁଆର

By Angul TV Bureau

December 13, 2024

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା କିଶୋରନଗର ବ୍ଲକ ବଇଣ୍ଡା, ଠେଲକନାଳି, କିଶୋରନଗର ଅଞ୍ଚଳରେ ମାର୍ଗଶିର ଶେଷ ଗୁରୁବାରରେ ମାଣବସା ଲକ୍ଷ୍ମୀ ପୂଜା ପାଳିତ ହୋଇଛି। ନିକଟସ୍ଥ ନାଳରୁ କଳସରେ ପାଣି ଆଣିବା ପରେ ମା’ଙ୍କର ପୂଜା ଆରମ୍ଭ ହୋଇଥିଲା। ପୂଜକ ପ୍ରକାଶ ମିଶ୍ର ଯଥାରୀତି ପୂଜା କରିଥିବା ବେଳେ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ପୂଜା ମଣ୍ଡପ ଝଲସି ଉଠିଥିଲା। ପୂଜା ମଣ୍ଡପ ନିକଟରେ ବହୁ ଶ୍ରଦ୍ଧାଳୁ ଜମା ହୋଇ ପୂଜା କରିଥିଲେ। ଲୋକଙ୍କ ମନୋରଂଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କମିଟିର ସୁଶାନ୍ତ ଦ୍ୱାରି, ବିକାଶ କୁମାର ସାହୁ, ଦିଲ୍ଲୀପ କୁମାର ଶଙ୍ଖାରି, କାଳିଆ ସାହୁ, ଶିବାନଦ ଶଙ୍ଖାରି, ଅନନ୍ତ ଦ୍ୱାରି ପ୍ରମୁଖ ସହଯୋଗ କରିଥିଲେ।