ମୁଖ୍ୟ ଖବର

୧୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ: ୪ଗିରଫ, ଦୁଇଟି କାର ଜବତ

By Angul TV Bureau

October 17, 2025

ଅନୁଗୁଳ: ଅନୁଗୁଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଏଥିସହ ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ଦୁଇଟି କାରକୁ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ।

ସୂଚନା ମୁତାବକ, ଗୁରୁବାର ସକାଳେ ଏକ ସ୍କର୍ପିଓ (ଓଡି ୩୩ ଏ ଏନ ୮୦୮୦) ଓ ଭରନା କାର (ଓଡି ୨୩ ଜି ୩୦୦୪) ରେ ଜରପଡ଼ା ଆଡୁ ଗଂଜେଇ ଚାଲାଣ ହେଉଥିବା ନେଇ ଅନୁଗୁଳ ଅବକାରୀ ବିଭାଗ ଅଧିକାରୀ ଖବର ପାଇଥିଲେ। ଖବର ପାଇ ଡେପୁଟି ଅବକାରୀ ଅଧୀକ୍ଷକ ନୀଳାଦ୍ରି ନାୟକଙ୍କ ନେତୃତ୍ୱରେ ଇନସ୍ପେକ୍ଟର ରମ୍ଭା ବାଗ, ଏସ ଆଇ ରଂଜିତା ହରିଚନ୍ଦନ, ଗାୟତ୍ରୀ ମାଝୀ ପ୍ରମୁଖଙ୍କ ସମେତ ଅନ୍ୟ କର୍ମଚାରୀ ଦୁର୍ଗାପୁର ଠାରେ ଗାଡି ଦୁଇଟିକୁ ଜବତ କରିଥିଲେ। ୨ଟି ଗାଡ଼ିରୁ ୧୫୦କିଲୋ ଚୋରା ଗଂଜେଇ ଜବତ କରିବା ସହ କନ୍ଧମାଳର ସୌମ୍ୟ ରଞ୍ଜନ ପ୍ରଧାନ, ପୁରୀର ପ୍ରଶାନ୍ତ ରାଉତ ରାୟ, କନ୍ଧମାଳର ବବୁଲୁ ପ୍ରଧାନ ଏବଂ ଅନୁଗୁଳର ପ୍ରଦୀପ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି।