ମୁଖ୍ୟ ଖବର

ଅନୁଗୁଳରେ ବଜାର ପ୍ରବେଶ କଲା ହିରୋ ବ୍ୟାଟେରୀ ସ୍କୁଟର ‘ଭିଡା’, ଥରେ ଚାର୍ଜ କଲେ ଗଡ଼ିବ ୧୧୦ ରୁ ୧୬୫ କିମି

By Angul TV Bureau

July 18, 2024

ଅନୁଗୁଳ: ଅନୁଗୁଳରେ ବଜାର ପ୍ରବେଶ କଲା ହିରୋର ଦୁଇଟି ବ୍ୟାଟେରୀ ଚାଳିତ ସ୍କୁଟର। ହିରୋ କମ୍ପାନୀର ବ୍ୟାଟେରୀ ଚାଳିତ ସ୍କୁଟର ‘ଭିଡା’, ୪୪୦ସିସି ଇଞ୍ଜିନ ଥିବା ମୋଟର ସାଇକଲ ମାଭିକ ଭିଡା ଭି – ୧ପ୍ଲସ ଏବଂ ଭିଡା ଭି -୧ପ୍ରୋ ଦୁଇଟି ମଡେଲ ବ୍ୟାଟେରୀ ଚାଳିତ ସ୍କୁଟର ହିରୋ କମ୍ପାନୀ ଦ୍ୱାରା ବିକ୍ରି ଆରମ୍ଭ ହୋଇଛି। ଏହି ଗାଡ଼ି ଥରେ ଚାର୍ଜ କଲେ ୧୧୦କିମି ରୁ ୧୬୫କିମି ପର୍ଯ୍ୟନ୍ତ ଚାଲି ପାରିବ।

ଏହି ଗାଡ଼ି ଉପରେ ୫ବର୍ଷ ୱାରେଣ୍ଟି ଥିବା ବେଳେ ବ୍ୟାଟେରୀ ଉପରେ ୩ ବର୍ଷ ୱାରେଣ୍ଟି ରହିଛି। ମାତ୍ର ୨୫ ହଜାର ଡାଉନ ପେମେଣ୍ଟ ସାଙ୍ଗକୁ ମାତ୍ର ୮.୯୯% ସୁଧରେ ଗ୍ରାହକ ଏହି ସ୍କୁଟର କିଣି ପାରିବେ। ସ୍କୁଟର ଗୁଡ଼ିକର ଦାମ ୯୫ ହଜାରରୁ ଆରମ୍ଭ ହେଉଥିବା ବେଳେ ସବୁ ରଙ୍ଗରେ ଏହି ଗାଡ଼ି ଉପଲବ୍ଧ ଅଛି।

ସେହିପରି ୪୪୦ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ଥାଇ ମୋଟର ସାଇକେଲ ମାଭରିକ ମଧ୍ୟ ବଜାର ପ୍ରବେଶ କରିଛି। ୨ ଲକ୍ଷ ୧୪ହଜାର ରୁ ଆରମ୍ଭ ହେଉଥିବା ଏହି ମୋଟର ସାଇକେଲ ମଧ୍ୟ ୩୫ ହଜାର ଡାଉନ ପେମେଣ୍ଟରେ ସହଜ କିସ୍ତିରେ ମିଳିପାରିବ।

ଉଦଘାଟନୀ ଉତ୍ସବରେ ହିରୋ ପଞ୍ଚମହଲା ସ୍ଥିତ ଶୋରୁମ୍ ଏମଡି ଅଶୋକ ମାଣ୍ଡୋଠିଆ, ଉଜ୍ଜ୍ୱଳ କୋହଲି ଓ ସୌରଭ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।