ଅନ୍ୟାନ୍ୟ

ହୋଣ୍ଡା ସିବି-୨୦୦ଏକ୍ସର ବାଇକର ବଜାର ପ୍ରବେଶ

By Angul TV Bureau

December 12, 2021

ଅନୁଗୁଳ: ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀହୋଣ୍ଡାଠାରେ ବହୁ ପ୍ରତୀକ୍ଷିତ ମୋଟରସାଇକେଲ ହୋଣ୍ଡା ସିବି ୨୦୦ ଏକ୍ସର ବଜାର ପ୍ରବେଶ ହୋଇଛି। ଏହି କାର୍ଯ୍ୟକ୍ରମରେ ହୋଣ୍ଡା କମ୍ପାନୀର ଜୋନାଲ ମ୍ୟାନେଜର (ସେଲ୍ସ) ଅଜିତ ପଣ୍ଡା, ଜୋନାଲ ମ୍ୟାନେଜର (କଷ୍ଟମର ସର୍ଭିସ୍) ଶିବ ପ୍ରତାପ ସିଂହ ଏବଂ ଏରିଆ ଇନ୍‌ଚାର୍ଜ (କଷ୍ଟମର ସର୍ଭିସ) କୁମାର ଶୁଭେନ୍ଦୁ ସାନ୍ ପ୍ରମୁଖ ଉପସ୍ଥିତ ଥିଲେ। ହୋଣ୍ଡା ୨୦୦ ଏକ୍ସ’ରେ ପାୱାର ଇଞ୍ଜିନ ସହିତ ଆକର୍ଷଣୀୟ ଷ୍ଟାଇଲ, ଉନ୍ନତ ମାଇଲେଜ, ଫିଚର୍ସ ନକଲ କଭର ୱିଥ୍ ଏଲ୍‌ଇଡି ଉଙ୍କର୍ସ (ଇଣ୍ଡିକେଟର), ସ୍ପୋର୍ଟ ସାଇଲେନ୍ସର, ଗୋଲଡେନ୍ ଫ୍ରଣ୍ଟ ସସ୍‌ପେନ୍‌ସନ୍‌, ଡିଜିଟାଲ ମିଟର,ଏଲ୍‌ଇଡି ହେଡ୍‌ଲ୍ୟାମ୍ପ, ଏବିଏସ୍ ସହିତ ଡିସ୍ ବ୍ରେକ୍ ଆଦି ବହୁ ଅତ୍ୟାଧୁନିକ ସୁବିଧା ରହିଛି। ସ୍ପୋର୍ଟ ରେଡ୍, ମ୍ୟାଟ୍‌ ସେଲଇନ୍ ସିଲଭରି, ପର୍ଲ ନାଇଟ୍‌ଷ୍ଟାର ବ୍ଲକ୍‌ରେ ଏହି ଗାଡ଼ି ବଜାରରେ ଉପଲବ୍ଧ ହେଉଛି। ମୂଲ୍ୟ ୧ଲକ୍ଷ ୪୫ ହଜାର ୨୭୯ରୁ ଆରମ୍ଭ ହେଉଥିବା ବେଳେ ସ୍ଵତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସ ସୁବିଧା ରଖାଯାଇଛି। ଗ୍ରାହକମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପ୍ରଥମ ଲକ୍ଷ୍ୟ ବୋଲି ଲକ୍ଷ୍ମୀ ହୋଣ୍ଡାର ସ୍ବତ୍ବାଧୀକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି।