ମୁଖ୍ୟ ଖବର

ଲକ୍ଷ୍ମୀ ହୋଣ୍ଡାଠାରେ ବହୁ ପ୍ରତୀକ୍ଷିତ Honda UNICORN OBD-II(B) ର ବଜାର ପ୍ରବେଶ, ପୁରୁଣା ଗାଡ଼ି ଏକ୍ସଚେଞ୍ଜ କରି ସୁଲଭ ଦରରେ କିଣି ପାରିବେ ଗ୍ରାହକ

By Angul TV Bureau

January 19, 2025

ଅନୁଗୁଳ: ଅନୁଗୁଳ ହୋଣ୍ଡା ମୋଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡାଠାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ବାଇକ UNICORN OBD-II(B) ର ବଜାର ପ୍ରବେଶ ହୋଇଛି। ହୋଣ୍ଡା ୟୁନିକର୍ଣ୍ଣ ଅତି ଆକର୍ଷଣୀୟ ଷ୍ଟାଇଲ ଏବଂ ଉନ୍ନତ ମାଇଲେଜ ମଧ୍ୟ ଦେଇଥାଏ। ଏହା ୩ଟି ରଙ୍ଗ ଯଥା: ଇମପେରିଆଲ ରେଡ ମେଟାଲିକ, ମ୍ୟାଟ୍ ଆକ୍ସିସ ଗ୍ରେ ମେଟାଲିକ ଓ କଳାରେ ଉପଲବ୍ଧ। ଏହି ବାଇକରେ ସାଇଡ ଷ୍ଟାଣ୍ଡ ଇଞ୍ଜିନ କଟ ଅଫ ସହ ମେଣ୍ଟେନାନ୍ସ ଫ୍ରି ବ୍ୟାଟେରୀ, ଡିଜିଟାଲ ମିଟର, ସ୍ପୋରଟି ଆଲୟ ଚକ, ଟେଲ୍ ଲ୍ୟାମ୍ପ, ରିୟଲ ଟାଇମ୍ ମାଇଲେଜ, ଡିସଟାନ୍ସ ଟୁ ଏମ୍ପଟି, ମାଇଲେଜ ଇଣ୍ଡିକେଟର, ମୋବାଇଲ ଚାର୍ଜର, ବ୍ଲୁ ଟୁଥ କନେକ୍ଟିଭିଟି, ଇଞ୍ଜିନ ଷ୍ଟପ ସୁଇଚ, କନେକ୍ଟ ଉଇଥ ଓ ଭଏସ ମେସେଜ ପରି ଅତ୍ୟାଧୁନିକ ଗୁଣବତ୍ତା ରହିଛି। ଏହାର ଏକ୍ସ ଶୋ ରୁମ ମୂଲ୍ୟ ମାତ୍ର ୧ ଲକ୍ଷ ୧୯ ହଜାର ୬୮୧ ଟଙ୍କାରୁ ଆରମ୍ଭ ହେଉଛି। ଗ୍ରାହକଙ୍କ ପାଇଁ ସ୍ଵତନ୍ତ୍ର ଏକ୍ସଚେଞ୍ଜ ଓ ଫାଇନାନ୍ସର ସୁବିଧା ମଧ୍ୟ କରାଯାଇଥିବା ଜଣାଯାଇଛି। ତେବେ ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ଲକ୍ଷ୍ମୀ ହୋଣ୍ଡାର ସ୍ବତ୍ବାଧିକାରୀ ବିକ୍ରମ ଅଗ୍ରୱାଲା କହିଛନ୍ତି।