ମୁଖ୍ୟ ଖବର

ଅନୁଗୁଳରେ କେଟିଏମ୍ ବାଇକର ବଜାର ପ୍ରବେଶ

By Biswaranjan Pattnaik

September 12, 2025

ଅନୁଗୁଳ: ଅନୁଗୁଳରେ କେଟିଏମ ୧୬୦ ଡିୟୁକର ଆଜି ବଜାର ପ୍ରବେଶ ହୋଇଯାଇଛି। ଗାନ୍ଧୀମାର୍ଗରେ ଏ ଅବସରରେ ଏକ ଭବ୍ୟ  ସମାରୋହର ଆୟୋଜନ ହୋଇଥିଲା। କେଟିଏମ ଇଣ୍ଡିଆର ଏରିଆ ସେଲସ୍ ମ୍ୟାନେଜର ହିମାଂଶୁ ଲଗାଚୁ,ଏରିଆ ସର୍ଭିସ୍ ମ୍ୟାନେଜର ଆଶିଷ ବିକାଶ ଷଡ଼ଙ୍ଗୀ ପରିଚାଳକ ସନ୍ତୋଷ କୁମାର ଅଗ୍ରୱାଲ, ଗିରିଜା ଶଙ୍କର ଅଗ୍ରୱାଲ ଏବଂ ନିଖିଲ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।

କେଟିଏମ ବାଇକ୍ ଏହାର ଷ୍ଟାଇଲ, ଲୁକ, ମସ୍କୁଲାର ଫୁଏଲ ଟ୍ୟାଙ୍କ, ଲାଇଟୱେଟ ଆଲୟ ଚକ ଏବଂ ବାଇଫର୍କେଟ ହେଡ୍ ଲ୍ୟାମ୍ପ ସର୍ବୋପରି ରାସ୍ତାରେ ଦୁଃସାହସିକ ରାଇଡିଂର ମଜା ପାଇଁ ଗ୍ରାହକଙ୍କ ନିକଟରେ ସୁପରିଚିତ। ସେହିଭଳି ଏହାର ଉନ୍ନତ ଫର୍କ,ଡିସ୍କ ବ୍ରେକ ଏବଂ ୧୦ ବର୍ଷ ଅବା ୧,୨୫,୦୦୦ କିମିର ୱାରେଣ୍ଟି ଗ୍ରାହକ ବିଶେଷ କରି ଯୁବ ଗୋଷ୍ଠୀଙ୍କୁ ବିଶେଷ କରି ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

ଏବେ କେଟିଏମ ବାଇକ୍ ଅରେଞ୍ଜ, ବ୍ଲୁ ଏବଂ ସିଲଭର ମେଟାଲିକ ରଙ୍ଗରେ ମିଳୁଛି। ଓଡ଼ିଶାରେ ଏହାର ଦର ୧.୮୫ ଲକ୍ଷ ଟଙ୍କା। ଏହି ବଜାର ପ୍ରବେଶ ସମାରୋହରେ ବାଇକର୍ସ କ୍ଳବ୍ ଅନୁଗୁଳର ସଦସ୍ୟ ସୁନିଲ ଦାସ ବାଇକର ଆକର୍ଷଣୀୟ ଷ୍ଟଣ୍ଟ ଦେଖାଇଥିଲେ।