ଅନ୍ୟାନ୍ୟ

ଏକ୍ସୟୁଭି ୭୦୦ର ବଜାର ପ୍ରବେଶ

By Angul TV Bureau

October 09, 2021

ଅନୁଗୁଳ: ଅନୁଗୁଳ ଉପକଣ୍ଠ ପଞ୍ଚମହଲା ସ୍ଥିତ ସିଦ୍ଧିଲକ୍ଷ୍ମୀ ମୋଟର୍ସରେ ମହିନ୍ଦ୍ରା ଏବଂ ମହିନ୍ଦ୍ରା ଲିମିଟେଡ଼ର ଏକ୍ସୟୁଭି-୭୦୦ ଉନ୍ମୋଚିତ ହୋଇଛି। ଅନୁଗୁଳ ଆର୍‌ଟିଓ ବିଭାଭଞ୍ଜନ ସାମନ୍ତସିଂହାର, ‘ସିଦ୍ଧିଲକ୍ଷ୍ମୀ’ର ଏମଡ଼ି ସୁଜିତ୍ ଅଗ୍ରୱାଲ ଏବଂ ରାଜ୍ କୁମାର ଅଗ୍ରୱାଲ, ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଏସ୍ଏମ୍ ସନ୍ତୋଷ ପ୍ରହରାଜଙ୍କ ଉପସ୍ଥିତିରେ ଏହି ନୂଆ ମଡ଼େଲ୍ ଚାରି ଚକିଆ ଯାନର ବଜାର ପ୍ରବେଶ ହୋଇଥିଲା। ଏହି ଅବସରରେ ମହିନ୍ଦ୍ରା ଫାଇନାନ୍ସ, ଚୋଲା ମଣ୍ଡଲମ୍ ଫାଇନାନ୍ସ, କାନାରା ବ୍ୟାଙ୍କ ଭଳି ବହୁ ଫାଇନାନ୍ସ ସଂସ୍ଥାର ପ୍ରତିନିଧି ଉପସ୍ଥିତ ଥିଲେ। ଅତ୍ୟାଧୁନିକ ଗୁଣବତ୍ତା ସହ ଏକ୍ସୟୁଭି-୭୦୦ର ଦୁଇ ପ୍ରକାରର ଇଞ୍ଜିନ୍ ଓ ୫ଟି ରଙ୍ଗରେ ଉପଲବ୍ଧ। ନୂଆ ପିଢ଼ିର ଗ୍ରାହକଙ୍କୁ ଏହି ଗାଡ଼ି ବେଶ୍ ଆକୃଷ୍ଟ କରିବ ବୋଲି କଂପାନି ପକ୍ଷରୁ ଆଶା ପ୍ରକଟ କରିଥିଲେ।