ମୁଖ୍ୟ ଖବର

ସିଦ୍ଧି ଲକ୍ଷ୍ମୀ ମୋଟର୍ସରେ ବଜାର ପ୍ରବେଶ କଲା XUV 700 AX5 ସିଲେକ୍ଟ, ଆଜି ହିଁ ସୁଲଭ ମୂଲ୍ୟରେ କିଣିଆଣନ୍ତୁ

By Angul TV Bureau

June 19, 2024

ଅନୁଗୁଳ: ଅନୁଗୁଳସ୍ଥିତ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଅଧିକୃତ ବିକ୍ରେତା ସିଦ୍ଧି ଲକ୍ଷ୍ମୀ ମୋଟର୍ସ ଠାରେ ମଙ୍ଗଳବାର ବହୁ ପ୍ରତୀକ୍ଷିତ XUV 700 AX5 ସିଲେକ୍ଟର ବଜାର ପ୍ରବେଶ ହୋଇଛି। ଉଦଘାଟନ ଉତ୍ସବରେ ଜିଲ୍ଲାର ବ୍ୟାଙ୍କିଙ୍ଗ ଏବଂ ଫାଇନାନ୍ସ କମ୍ପାନୀ ଯଥା: ଏଚଡିଏଫସି, ଆକ୍ସିସ, ଆଇସିଆଇସିଆଇ, ଇଣ୍ଡସଇଣ୍ଡ, ମହିନ୍ଦ୍ରା ଫାଇନାନ୍ସ, ଚୋଳମଣ୍ଡଳମ ଫାଇନାନ୍ସ୍, ସୁନ୍ଦରମ ଫାଇନାନ୍ସ ତଥା ଅନେକ ଫାଇନାନ୍ସ କମ୍ପାନୀ ଓ ଶହ ଶହ ଗ୍ରାହକ ଯୋଗ ଦେଇଥିଲେ।

Xuv 700 AX5 ସିଲେକ୍ଟ ଗାଡ଼ିରେ Alexa, Adrenox, Panaromic Sky Roof ଭଳି ଆଡ଼ଭାନ୍ସ ଫିଚର ରହିଛି। ଏହି କାର ୫ଟି ରଙ୍ଗରେ ଉପଲବ୍ଧ। ଏହି ଗାଡିର ଦାମ୍ ୧୬.୮୮ ଲକ୍ଷରୁ ଆରମ୍ଭ ହେଉଛି। ସିଦ୍ଧି ଲକ୍ଷ୍ମୀ ମୋଟର୍ସ ତରଫରୁ ଗ୍ରାହକଙ୍କୁ ସୁଲଭ ଫାଇନାନ୍ସ ଏବଂ ଏକ୍ସଚେଞ୍ଜ ସୁବିଧା ଯୋଗାଇ ଦିଆଯାଉଛି। ତେବେ ଭବିଷ୍ୟତରେ ଆହୁରି ଅତ୍ୟାଧୁନିକ ଗାଡି ସହିତ ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ଆମର ପ୍ରଥମ ଲକ୍ଷ୍ୟ ବୋଲି ସିଦ୍ଧି ଲକ୍ଷ୍ମୀ ମୋଟର୍ସ ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମରେ ସିଦ୍ଧି ଲକ୍ଷ୍ମୀ ମୋଟର୍ସର ବରିଷ୍ଠ ଅଧିକାରୀ ପ୍ରଶାନ୍ତ କୁମାର ଭଦ୍ରା, ଉପ ପ୍ରବନ୍ଧକ ପ୍ରତାପ କୁମାର ସାହୁଙ୍କ ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ।