ମୁଖ୍ୟ ଖବର

ବିବାହିତା ମହିଳାଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ ଅଭିଯୋଗ

By Angul TV Bureau

August 12, 2024

ଅନୁଗୁଳ : ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କର ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଥିବା ନେଇ ସୋମବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ପୋଲିସ କେସ୍ ନମ୍ବର ୧୬୯/୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ମୁତାବକ, ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କର କିଛି ଅଶ୍ଳୀଳ ଫଟୋ ଓ ଭିଡିଓକୁ ହଣ୍ଡପା ଥାନା ଅଞ୍ଚଳର ଜଣେ ଯୁବକ ରଖିଥିଲା। ସେ ତାଙ୍କୁ ବିଭିନ୍ନ ସମୟରେ ଫଟୋ ଭାଇରାଲ କରିଦେବେ କହି ଧମକ ଦେଇ ଆସୁଥିଲେ। କିନ୍ତୁ ରବିବାର ଦିନ ଉକ୍ତ ଯୁବକ ସତସତିକା ମହିଳାଙ୍କ ସମ୍ପର୍କୀୟଙ୍କୁ ଉକ୍ତ ଭିଡିଓ ପଠାଇ ଭାଇରାଲ କରିଛନ୍ତି। ତେବେ ମହିଳାଙ୍କ ଫଟୋକୁ ଏଡିଟିଙ୍ଗ କରି ଏଭଳି କରାଯାଇଥିବା ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି।