ମୁଖ୍ୟ ଖବର

ଆଜି ଠାରୁ ପାଳଲହଡ଼ା ମହୋତ୍ସବ: ୭ଟି ସ୍ଥାନରୁ ଆସିଲା ମଶାଲ

By Angul TV Bureau

March 30, 2025

ଅନୁଗୁଳ: ଆଜି ଠାରୁ ପାଳଲହଡ଼ା ମହୋତ୍ସବ। ଏଥି ପାଇଁ ଶନିବାର ୭ ଟି ପ୍ରସିଦ୍ଧ ଶୈବ ପୀଠରୁ ମଶାଲ ଶୋଭାଯାତ୍ରାରେ ଆସିଥିଲା। ପାଳଲହଡ଼ା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଖୁଲୁଡ଼ି ଶିବମନ୍ଦିର, ପବିତ୍ରପୁର ଶିବମନ୍ଦିର, ରଜଡଙ୍ଗ ଶିବମନ୍ଦିର, ମଗରମୁହାଣ ଶିବମନ୍ଦିର ମାଲ୍ୟଗିରି ପାହାଡ଼ ପାଦଦେଶରେ ଥିବା ସମଳ ଶିବ ମନ୍ଦିର, ସରଧାପୁର ସ୍ଥିତ ମା’ କନକେଶ୍ଵରୀ ମନ୍ଦିର ଏବଂ ରେଙ୍ଗାଳି ଦେନାଳି ଶିବମନ୍ଦିର ଠାରୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରି ପାଳଲହଡ଼ା ବଳଦେବ ଜୀଉ ମନ୍ଦିରରେ ପହଞ୍ଚିଥିଲା।ପାଳଲହଡ଼ା ବିଧାୟକ ଅଶୋକ ମହାନ୍ତି ଏବଂ ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ ବାବା ଗିରିଶ୍ୱର ଶୈବ ପୀଠରେ ମଶାଲ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ବିଡିଓ ନିଶାନ ମିଶ୍ର, ତହସିଲଦାର ଆକାଂକ୍ଷା ମହାପାତ୍ର ପ୍ରମୁଖ ମଶାଲ ଯାତ୍ରାର ତଦାରଖ କରିଥିଲେ।ସମସ୍ତ ପଞ୍ଚାୟତ ର ସରପଞ୍ଚ, ଗ୍ରାମବାସୀ ତଥା ସଙ୍କୀର୍ତ୍ତନ ମଣ୍ଡଳୀ ମାନେ ମଶାଲ କୁ ସ୍ଵାଗତ କରିଥିଲେ। ରବିବାର ଠାରୁ ତିନିଦିନ ଧରି ନାମୀ ଦାମୀ ବଲିଓଡ ଓ ଓଲିଉଡ କଳାକାର ଦର୍ଶକଙ୍କ ମନୋରଞ୍ଜନ କରିବେ ବୋଲି ସୂଚନା ମିଳିଛି।