ମୁଖ୍ୟ ଖବର

ଫାଇଲେରିଆ ରୋଗ ନିରାକରଣ ପାଇଁ ଅଗଷ୍ଟ ୧୦ରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ, ତାଲିମ ନେଲେ ୮୦ ପ୍ରଶିକ୍ଷକ

By Angul TV Bureau

May 26, 2023

ଅନୁଗୁଳ: ଫାଇଲେରିଆ ରୋଗ ନିରାକରଣ ପାଇଁ ହେବାକୁ ଥିବା ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମରେ ସାମିଲ ୮୦ ଜଣ ପ୍ରଶିକ୍ଷକଙ୍କୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ତାଲିମ ଦିଆଯାଇଛି। ଆଗାମୀ ଅଗଷ୍ଟ ୧୦ ରୁ ଅନୁଗୁଳରେ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଣୁଯୋଜନା, ଗୋଷ୍ଠୀ ସଚେତନତା ଏବଂ ପ୍ରଚଳନ ହୋଇଥିବା ନୂତନ ଔଷଧ ଆଇଭରମେକଟିନ ସେବନ ପ୍ରଣାଳୀ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ତାଲିମ କାର୍ଯ୍ୟକ୍ରମରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପରାମର୍ଶଦାତା ଡା. ବିଶ୍ୱପ୍ରକାଶ ଦତ୍ତ, ପିସିଆଇ ରାଜ୍ୟ ପରିଚାଳକ ଡା. ଅଜିତ ବସନ୍ତରାୟ, ଜିଲ୍ଲା ପରିବାର କଲ୍ୟାଣ ଅଧିକାରୀ ଡା.ଦିଲ୍ଲୀପ ପଟ୍ଟନାୟକ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ ଡା.ପୂର୍ଣ୍ଣିମା ଉଦଗାତା ଫାଇଲେରିଆର ପ୍ରମୁଖ କାରଣ ଓ ନିରାକରଣ, ତୃଣମୂଳ ସ୍ତରରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରଶିକ୍ଷଣ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡା. ବିନୋଦ କୁମାର ସାହୁ, ଡା.ମାନସ ରଞ୍ଜନ ବିଶ୍ୱାଳ, ଡା. ବିଶ୍ୱବିଚିତ୍ରା ଜେନା, ଡା.ଶୁଭ୍ରା ଜେନା, ଡିପିଏମ ଦୀପକ ମହାନ୍ତି, ଜିଲ୍ଲା ପରାମର୍ଶଦାତା ନିରୂପମା ଦାସଙ୍କ ସମେତ ନାଲକୋ, ଜିନ୍ଦଲର ସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।