ଅନ୍ୟାନ୍ୟ

ନାଲକୋ ମନ୍ଦିର କମିଟି ପକ୍ଷରୁ ସାମୂହିକ ବ୍ରତ ଆୟୋଜିତ, ୭ ଜଣଙ୍କର ହେଲେ ବ୍ରତୋପନୟ

By Angul TV Bureau

January 17, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋନଗର ମନ୍ଦିର କମିଟି ପକ୍ଷରୁ ଚଳିତ ବର୍ଷ ଷଷ୍ଠ ଥର ପାଇଁ ମନ୍ଦିର ପ୍ରାଙ୍ଗଣରେ ସାମୂହିକ ବ୍ରତୋପନୟ କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଛି। ନାଲକୋ ମନ୍ଦିର କମିଟିର ସଭାପତି ସୁବ୍ରମଣ୍ୟମ ନରେଲାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ୭ ଜଣ ଗରିବ ପିଲାଙ୍କ ବ୍ରତ କରାଯାଇଥିଲା। ଏଥିଲାଗି ମନ୍ଦିର ପ୍ରାଙ୍ଗଣ ପଡ଼ିଆରେ ୭ଟି ବେଦୀରେ ଏକା ସାଙ୍ଗରେ ୭ ଜଣଙ୍କୁ ବ୍ରତ ହେବାର ବ୍ୟବସ୍ଥା କରାଯାଇଥିଲା। ବ୍ରତର ସମସ୍ତ ଖର୍ଚ୍ଚ ନାଲକୋ ମନ୍ଦିର ପ୍ରଶାସନ କରିଛି। ମୁଖ୍ୟ ପୁରୋହିତ ତାପସ ରଞ୍ଜନ ଶତପଥୀଙ୍କ ନେତୃତ୍ୱରେ ୭ଜଣ ପୁରୋହିତ ମଣ୍ଡଳି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ। ପୂଜା କର୍ମରେ ପ୍ରଦୀପ୍ତ ପଣ୍ଡା, ମୃତ୍ୟୁଞ୍ଜୟ କର, ମନୋଜ କୁମାର ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର କମିଟିର କୋଷାଧ୍ୟକ୍ଷ ପି.କେ ତ୍ରିପାଠୀ, ସମ୍ପାଦକ ଏସ୍ .ଏ.ବାସୁ, ଯୁଗ୍ମ ସମ୍ପାଦକ ଶୁଭେନ୍ଦୁ ନାୟକ, ଉପ ସଭାପତି ସତ୍ୟବାଦୀ ମିଶ୍ର, ଭଣ୍ଡାର ପରିଚାଳକ ପର୍ଶୁରାମ ସ୍ଵାଇଁ, ତ୍ରିନାଥ ସାହୁ, ବନୋଜ କୁମାର ମହଲା, ସଂଗ୍ରାମ କେଶରୀ ସାମନ୍ତରାୟ, ଜିଜିଏମ ସିପିପି ଅମରେନ୍ଦ୍ର ମିଶ୍ରଙ୍କ ସମେତ ମନ୍ଦିର କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।