ଅନ୍ୟାନ୍ୟ

ବେଲସୁଣ୍ଠାରେ ସାମୁହିକ ଟୀକାକରଣ

By Biswaranjan Pattnaik

October 22, 2021

ଅନୁଗୁଳ: ଅନୁଗୁଳ ବେଲସୁଣ୍ଠା ଜାନସେନ ଲେପ୍ରସୀ କଲୋନୀରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁକ୍ରବାର ଏକ ସାମୁହିକ ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସିଡିଏମଓ ଡ଼ା ତ୍ରିଲୋଚନ ପ୍ରଧାନ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଏହି କଲୋନୀରେ ରହୁଥିବା ଟୀକା ଗ୍ରହଣ ଯୋଗ୍ୟ ୭୬ ଜଣ ପୁରୁଷ ଓ ମହିଳାଙ୍କୁ ଟୀକା ପ୍ରଦାନ କରାଯାଇଥିଲା। ଜିଲ୍ଲା କୁଷ୍ଠ ନିରାକରଣ ବିଭାଗର କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ ।