ମୁଖ୍ୟ ଖବର

ଅନୁଗୁଳରେ ‘ବନ୍ଦେ ମାତରମ’ର ସାମୂହିକ ଗାନ କାର୍ଯ୍ୟକ୍ରମ

By Angul TV Bureau

January 12, 2026

ଅନୁଗୁଳ: ଜାତୀୟ ରାଷ୍ଟ୍ରଗୀତ “ବନ୍ଦେ ମାତରମ”ର ୧୫୦ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଅନୁଗୁଳ ଜିଲ୍ଲାର ସମସ୍ତ ବ୍ଲକ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥ‌ିବା ଶିକ୍ଷାନୁଷ୍ଠାନରେ ‘ବନ୍ଦେ ମାତରମ’ର ସାମୂହିକ ଗାନ ହୋଇଛି। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସରକାରୀ କର୍ମଚାରୀ, ଜନସାଧାରଣ ଯୋଗ ଦେଇ ସାମୂହିକ ଗାନକୁ ସଫଳ କରିଥିଲେ।ଏ ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।