ମୁଖ୍ୟ ଖବର

ଅନୁଗୁଳରେ ସାମୂହିକ ବନ୍ଦେ ମାତରଂ ଗାନ: ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହେଲା ଉତ୍ସବ

By Angul TV Bureau

January 12, 2026

ଅନୁଗୁଳ: ସ୍ଥାନୀୟ ଗାନ୍ଧିମାର୍ଗ ସ୍ଥିତ ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ରାଷ୍ଟ୍ର ଗୀତ ବନ୍ଦେ ମାତରଂ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବନ୍ଦେ ମାତରଂ ସଙ୍ଗୀତର ୧୫୦ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ବିଦ୍ୟାଳୟ ପ୍ରଧାନ ଆଚାର୍ଯ୍ୟ ଆଲୋକ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଦ୍ୟାଳୟ ପରିଚାଳନା ସମିତି ସଂପାଦକ ଆଶୋକ କୁମାର ମୋଦୀ, ବୁଦ୍ଧିଜୀବୀ, ଗୁରୁଜୀ ଗୁରୁମା ଓ ତୃତୀୟ ଶ୍ରେଣୀଠାରୁ ଦ୍ଵାଦଶ ଶ୍ରେଣୀ ପଯ୍ୟନ୍ତ ପ୍ରାୟ ୧୫୦୦ ଜଣ ଛାତ୍ର ଛାତ୍ରୀ ବନ୍ଦେ ମାତରଂ ଗାନ କରିଥିଲେ। ଆଜି ଶ୍ରୀରାମଙ୍କ ସ୍ୱର୍ଣ୍ଣ ଧନୁଷକୁ ବିଦ୍ୟାଳୟରେ ସ୍ବାଗତ କରିବା ସହିତ ସ୍ବାମୀ ବିବେକା ନନ୍ଦଙ୍କ ଜୟନ୍ତୀ ମଧ୍ୟ ପାଳିତ ହୋଇଯାଇଛି।