ମୁଖ୍ୟ ଖବର

ପିଏମ୍ ଶ୍ରୀ ହାଇସ୍କୁଲର ୭୫ତମ ବାର୍ଷିକ ଉତ୍ସବରେ ବିଶାଳ ସ୍ୱାସ୍ଥ୍ୟ ଓ ରକ୍ତଦାନ ଶିବିର

By Angul TV Bureau

November 03, 2025

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ମହକୁମା ଅନ୍ତର୍ଗତ ପିଏମ୍ ଶ୍ରୀ ପବିତ୍ର ମୋହନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୭୫ତମ ବର୍ଷପୂର୍ତ୍ତି ଉପଲକ୍ଷ୍ୟେ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ଲାଟିନମ୍ ଜୁବିଲି କମିଟି ଆନୁକୂଲ୍ୟରେ ରବିବାର ଏକ ବିଶାଳ ନିଶୁଳ୍କ ସ୍ୱାସ୍ଥ୍ୟ ସେବା ଓ ରକ୍ତଦାନ ଶିବିର ଆୟୋଜିତ ହୋଇଛି।

ଓଡ଼ିଶାର ଖ୍ୟାତନାମା ଡାକ୍ତରଙ୍କ ଦ୍ୱାରା ବିଭିନ୍ନ ରୋଗରେ ପୀଡ଼ିତ ୭୮୦ ଜଣଙ୍କୁ ନିଶୁଳ୍କ ପରୀକ୍ଷା, ଔଷଧ ଯୋଗାଇ ଦିଆଯାଇଛି। ଏଥିରେ ଫିଜିଓଥେରାପି ଟେକ୍ନିସିଆନ୍ ସହ ୯ ପ୍ରକାର ରକ୍ତ ପରୀକ୍ଷା ଇଉଏସଭି ପ୍ରାଇଭେଟ୍ ଲିମିଟେଡ୍, ଅନୁଗୋଳ ପକ୍ଷରୁ ଯୋଗାଇ ଦିଆଯାଇଛି। ଅନୁଗୋଳ ବ୍ଲଡ୍ ବ୍ୟାଙ୍କ ଦ୍ୱାରା ୨୦୮ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି, ଯେଉଁଥିରେ ପୁରାତନ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ରକ୍ତଦାନ କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଏନଟିପିସିର କାର୍ଯ୍ୟନିର୍ବାହୀ ଅଧିକାରୀ କେ.ଏନ୍. ରେଡ୍ଡି, ଏମସିଏଲ୍ କଣିହାଁର ମହାପ୍ରବନ୍ଧକ ନରେଶ ସିଂହ, ବ୍ଲକ ଅଧକ୍ଷ ରାମକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗଦାନ କରି ଶୁଭାରମ୍ଭ କରିଥିଲେ। ବିଶେଷଜ୍ଞ ଡାକ୍ତରମାନେ ଯେମିତି ଡା. ପ୍ରତାପ ଚନ୍ଦ୍ର ପାଣି, ଡା. ଲକ୍ଷ୍ମୀଧର ସାହୁ, ଡା. ଜ୍ଞାନେନ୍ଦ୍ର ମହାପାତ୍ର, ଡା. ପଞ୍ଚାନନ ସାହୁ, ଡା. ସୁଚିବନ୍ତ ପ୍ରଧାନ, ଡା. ସୁରେଶ ସାହୁ, ଡା. ସୁଜାତା ସାହୁ, ଡା. ଲିତା ଦେହୁରୀ, ଡା. ମନୋଜ କୁମାର ଦେହୁରୀ ଓ ଡା. ସୌମିକ ନିଓଗୀ ସେବା ଯୋଗାଇଥିଲେ।

ଏନଟିପିସି ପ୍ରକଳ୍ପ, ଏମସିଏଲ୍ କଣିହାଁ ସହ ବିଭିନ୍ନ ସଂଗଠନ ସହଯୋଗ କରିଥିବା ବେଳେ ପୁରାତନ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ବିଦ୍ୟାଳୟ ଅଧକ୍ଷ ସିଦ୍ଧିପ୍ରସାଦ ସାହୁ, ସଭାପତି ସୁକାନ୍ତ ପ୍ରଧାନ ଓ ସମ୍ପାଦକ ଭୂପେନ ଗଡ଼ନାୟକ ପ୍ରମୁଖ ନେତୃତ୍ୱ ନେଇଥିଲେ।