ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ରବିବାର ରାତିରେ ଜଣେ ପ୍ରସୂତୀଙ୍କ କାଜୁଆଲିଟିରେ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।ହିନ୍ଦୋଳ ଶରଧା ପୁର ଅଂଚଳର ମହେନ୍ଦ୍ର ବେହେରାଙ୍କ ସ୍ତ୍ରୀ ଲିପା ଖିଲାର ରବିବାର ପ୍ରସୂତୀ ଯନ୍ତ୍ରଣା ହେତୁ ହିନ୍ଦୋଳ ଡାକ୍ତର ଖାନା ଯାଇଥିଲେ। ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ପରେ ତାଙ୍କ ରକ୍ତସ୍ରାବ ବନ୍ଦ ହୋଇନଥିଲା। ଏହାପରେ ତାଙ୍କୁ ଅନୁଗୁଳ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ରାତି ପ୍ରାୟ ୮ ଟାରେ ଏମ୍ସିଏଚ୍ରେ ପହଁଚିବା ପରେ ସେଠାରେ ଡାକ୍ତର ନଥିବାରୁ କର୍ମଚାରୀମାନେ କାଜୁଆଲିଟିକୁ ନେବାକୁ କହିଥିଲେ। କାଜୁଆଲିଟିରେ ଲିପାଙ୍କୁ ଦେଖି ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ରୋଗୀର ଏଭଳି ମୃତ୍ୟୁ ରେ ମେଡିକାଲ ପକ୍ଷରୁ ଶବ ବ୍ୟବଛେଦ ସହ ତଦନ୍ତ ନିର୍ଦେଶ ଦିଆଯାଇଛି ।