ମୁଖ୍ୟ ଖବର

ରାଜ୍ୟସ୍ତରୀୟ ଆଦିବାସୀ ମେଳାରେ ପାଲଲହଡା ପାଉଡି ଭୂୟାଁ ଉନ୍ନୟନ ସଂସ୍ଥାର ମାଟିର କୁଟୀର ପୁରସ୍କୃତ

By Angul TV Bureau

March 03, 2023

ପାଳଲହଡା: ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ୟୁନିଟ ୧ ସ୍ଥିତ ଆଦିବାସୀ ପଡିଆ ଠାରେ ଚାଲିଥିବା ଆଦିବାସୀ ମେଳାରେ ପାଳଲହଡା ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ପୁରସ୍କୃତ ହୋଇଛି। ଆଦିବାସୀ ମେଳାରେ ଓଡ଼ିଶାର ବିଭିନ୍ନ ସ୍ଥାନର ୧୧ ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ମେଳାରେ ଆଦିବାସୀମାନଙ୍କ ଦ୍ଵାରା ନିଜ ନିଜର ଅଞ୍ଚଳର କଳା ସଂସ୍କୃତି ଓ ସାମାଜିକ ଚଳଣିକୁ ନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିରେ ପାଳଲହଡା ପାଉଡି ଭୂୟାଁ ଉନ୍ନୟନ ସଂସ୍ଥା ଦ୍ଵାରା ନିର୍ମିତ ମାଟିର କୁଟୀର ଦ୍ୱିତୀୟ ସ୍ଥାନ ଅଧିକାର କରିଛି।

ଆଦିବାସୀ ଓ ହରିଜନ ମନ୍ତ୍ରୀ ଜଗନ୍ନାଥ ସାରକା ପାଳଲହଡା ପାଉଡି ଭୂୟାଁ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଅଚୁତ୍ୟାନନ୍ଦ ସିଂ, କନିଷ୍ଠ ଯନ୍ତ୍ରୀ ଗଗନ ବିହାରୀ ପତି ଓ ପାଉଡି ଭୂୟାଁ ଅଞ୍ଚଳ ବନ୍ଧାଭୂଇଁ ପଞ୍ଚାୟତ ଡୁଇପାଣି ଗ୍ରାମର ସୁଶୀଳା ଦେହୁରୀଙ୍କୁ ପୁରସ୍କୃତ କରିଛନ୍ତି। ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀଙ୍କ ରହଣି ଓ ଜୀବନ ଶୈଳୀକୁ ନେଇ ନିର୍ମାଣ ହୋଇଥିବା ପ୍ରକଳ୍ପକୁ ରାଜ୍ୟ କମିଟି ମଧ୍ୟ ପ୍ରଶଂସା କରିଛନ୍ତି।