ମୁଖ୍ୟ ଖବର

ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା, ଅନୁଗୁଳ ଜିଲ୍ଲାରେ ପରୀକ୍ଷା ଦେଲେ ୧୭ ହଜାର ୧୯୭ ଛାତ୍ରଛାତ୍ରୀ

By Angul TV Bureau

March 10, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଆଜି ୧୭ ହଜାର ୧୯୭ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଆଜି ପ୍ରଥମ ଦିନରେ ମାତୃଭାଷା ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା। ଜିଲ୍ଲାରେ ମୋଟ ୯୪ ଟି ସେଣ୍ଟର୍, ୮ ନୋଡାଲ ସେଣ୍ଟରରେ ୧୭,୧୯୭ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।ସକାଳ ୭ ଟାରେ ଛାତ୍ରଛାତ୍ରୀ ସ୍କୁଲ ଭିତରକୁ ପ୍ରବେଶ କରି ୮ଟାରୁ ୧୦ ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ। ହଲରେ ୧୧୦୦ ପରୀକ୍ଷକ ନିୟୋଜିତ ହୋଇଥିଲେ। ସମସ୍ତ ସେଣ୍ଟରରେ ଯେପରି କୌଣସି ଅସୁବିଧା ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏଥିସହ ପୋଲିସ ମଧ୍ୟ ନିୟୋଜିତ ହୋଇଥିଲେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି।