ମୁଖ୍ୟ ଖବର

୨୯ରୁ ରିଚେକିଂ କରିପାରିବେ ମାଟ୍ରିକ୍ ଛାତ୍ରଛାତ୍ରୀ

By Biswaranjan Pattnaik

May 27, 2024

କଟକ: ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏଥରକ ବି ପୁଅଙ୍କ ତୁଳନାରେ ଝିଅଙ୍କ ପାସ୍ ହାର ଅଧିକ ରହିଛି। ଚଳିତ ବର୍ଷର ମୋଟ ପାସ୍ ହାର ୯୬.୦୭ ପ୍ରତିଶତ ରହିଛି। ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ଥିବା ବେଳେ ପୁଅଙ୍କ ପାସ୍ ହାର ୯୬.୩୯ ପ୍ରତିଶତ ରହିଛି।

ଚଳିତବର୍ଷ ମୋଟ୍ ୫ ଲକ୍ଷ ୪୧ ହଜାର ୬୧ ଜଣ ପରୀକ୍ଷା ଦେଇଥିଲେ। ତେବେ ଆସନ୍ତା ୨୯ ତାରିଖରୁ ଛାତ୍ରଛାତ୍ରୀମାନେ ରିଚେକିଂ କରିପାରିବେ। ୨୯ରୁ ଜୁନ୍ ୧୨ ତାରିଖ ଯାଏଁ ରିଚେକିଂ ପାଇଁ ଆବେଦନ କରିହେବ। ହାଇସ୍କୁଲ ଛାତ୍ରଛାତ୍ରୀମାନେ ଅନଲାଇନ୍‌ରେ ଆବେଦନ କରିପାରିବେ।

ଅନ୍ୟପଟେ ଜୁନ୍ ୧୦ରୁ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ ହେବ। ଏ ନେଇ ବୋର୍ଡ ଉପସଭାପତିଙ୍କ ପକ୍ଷରୁ ସୂଚନା ମିଳିଛି।