ମୁଖ୍ୟ ଖବର

ଆସନ୍ତା ସୋମବାର ଠାରୁ ମ୍ୟାଟ୍ରିକ ସପ୍ଲିମେଣ୍ଟରି ପରୀକ୍ଷା

By Biswaranjan Pattnaik

July 20, 2024

ଅନୁଗୁଳ: ଆସନ୍ତା ସୋମବାର ଠାରୁ ସପ୍ଲିମେଣ୍ଟରି ତଥା ରାଜ୍ୟ ଓପନ ସ୍କୁଲ ପରୀକ୍ଷା ଆରମ୍ଭ ହେଉଛି। ଚାରି ଗୋଟି ପରୀକ୍ଷା କେନ୍ଦ୍ରରେ ମୋଟ ୯୭୮ ଜଣ ପରୀକ୍ଷା ଦେଉଛନ୍ତି।ଜିଲ୍ଲାର ପିଟିସି ହାଇସ୍କୁଲ ଅନୁଗୁଳ,ଆର.ଡି ହାଇସ୍କୁଲ, କିଶୋରଗଞ୍ଜ, ୟୁଜି ବିଦ୍ୟାପୀଠ ଖମାର ଏବଂ ସରକାରୀ ହାଇସ୍କୁଲ ସମଲ ବ୍ୟାରେଜରେ ଏହି ପିଲାମାନେ ପରୀକ୍ଷା ଦେବେ। ଓପନ ସ୍କୁଲ ପରୀକ୍ଷା ବ୍ୟବସ୍ଥାରେ ଚତୁର୍ଥ ପାସ ପରେ ପାଠ ଅଧାରୁ ଛାଡିଥିବା ପିଲାଙ୍କ ପାଇଁ ମ୍ୟାଟ୍ରିକ ପରୀକ୍ଷାର ସୁବିଧା କରାଯାଇଛି। ଏହି ପରୀକ୍ଷାରେ ପରିବୀକ୍ଷଣ ଛାତ୍ରାବାସର ୬ ଜଣ ଅନ୍ତେବାସୀ ମଧ୍ୟ ଏହି ପରୀକ୍ଷା ଦେଉଛନ୍ତି।