ଅନ୍ୟାନ୍ୟ

ପିଟିସି ହାଇସ୍କୁଲରେ ମେଧାବୀ   ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

By Biswaranjan Pattnaik

May 05, 2026

ଅନୁଗୁଳ: ସ୍ଥାନୀୟ ପିଟିସି ହାଇସ୍କୁଲ ଠାରେ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଏ ୱାନ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଅନିତା ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ସ୍କୁଲର ଛାତ୍ର କାହ୍ନା ପ୍ରଧାନ ୫୪୮ ଏବଂ ଛାତ୍ରୀ ଅର୍ଚ୍ଚିତା ସାହୁ ୫୪୦ ନମ୍ୱର୍ ରଖି ଏ ୱାନ ଗ୍ରେଡ ପାଇଥିବାରୁ ସେ ଦୁହିଁ ଲଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଆଦି  ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। କାହ୍ନାର ବାପା ଅରୁଣ ପ୍ରଧାନ ଜଣେ ନାମ ମାତ୍ର ଚାଷୀ। ଅର୍ଚ୍ଚିତାର ବାପା ଜଣେ ଖେଳଣା ବ୍ୟବସାୟୀ।ଉଭୟଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଅନଗ୍ରସର। ତଥାପି ଭଲ ପଢ଼ିବାର ମାନସିକତା ଏବଂ ପରିଶ୍ରମ  ସେମାନଙ୍କୁ ଏଭଳି  ସଫଳତା ପ୍ରଦାନ କରିଛି। କାହ୍ନା ଆଇଆଇଟି ପଢ଼ିବାକୁ ଯୋଜନା କରୁଥିବା ବେଳେ ଅର୍ଚ୍ଚିତା ଡାକ୍ତର ହେବାକୁ ସ୍ୱପ୍ନ ଦେଖିଛନ୍ତି।

ସମ୍ବର୍ଦ୍ଧନା ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଶିକ୍ଷକ ଶାନ୍ତନୁ କୁମାର ସାହୁ,ବିପିନ ବିହାରୀ ସାହୁ,ମମତା ସାହୁ ପ୍ରମୁଖ ଉପସ୍ଥିତ ରହି ମେଧାବୀ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଛାତ୍ରଛାତ୍ରୀଙ୍କ ଅଭିଭାବକ ଏବଂ ସ୍ଥାନୀୟ ମୁରବି ଏହି ସମାରୋହରେ ଯୋଗ ଦେଇଥିଲେ ।