ଅନ୍ୟାନ୍ୟ

ଇଣ୍ଡିଆନ ମାଇନିଂ ଆଣ୍ଡ ଇଞ୍ଜିନିୟରି ଜୋନାଲ ଡାଇମଣ୍ଡ ଜୁବୁଲି ପୁରସ୍କାରରେ ସମ୍ମାନିତ ହେଲେ ଏମସିଏଲ ସିଏମଡି ଓ.ପି. ସିଂହ

By Angul TV Bureau

October 18, 2022

ତାଳଚେର : ଏମସିଏଲରେ ନିରନ୍ତର ବିକାଶ ମାଧ୍ୟମରେ କୋଇଲା ଖନନ ପ୍ରକ୍ରିୟାକୁ ଜାରି ରଖିବା ହେତୁ ମହାନଦୀ କୋଲଫିଲଡ୍ସ ଲିଃର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଓ.ପି. ସିଂହଙ୍କୁ ଇଣ୍ଡିଆନ ମାଇନିଂ ଆଣ୍ଡ ଇଞ୍ଜିନିୟରିଂ (ଆଇଏମଇ) ଜୋନାଲ ଡାଇମଣ୍ଡ ଜୁବୁଲି ପୁରସ୍କାରରେ ସମ୍ମାନିତ କରାଯାଇଛି।

ଗତ ରବିବାର ନୂଆଦିଲ୍ଲୀରେ ଆୟୋଜିତ ମାଇନିଂ ୟୁଥ କନକ୍ଲେଭ ସମ୍ମିଳନୀ ଅବସରରେ ଶ୍ରୀ ସିଂହଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଏମସିଏଲ ଦେଶର ଏକ ପ୍ରମୁଖ କୋଇଲା ଉତ୍ପାଦନକାରୀ କମ୍ପାନୀ। ଏହା ପର୍ଯ୍ୟାବରଣ ଅନୁକୂଳ ସରଫେସ ମାଇନର ଟେକ୍ନୋଲୋଜି ମାଧ୍ୟମରେ ଉତ୍ପାଦିତ ମୋଟ କୋଇଲାର ୯୬% ପ୍ରତିଶତ ଉତ୍ପାଦନ କରିଥାଏ।