ଅନ୍ୟାନ୍ୟ

ଏମସିଏଲ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

By Biswaranjan Pattnaik

November 24, 2024

ଅନୁଗୁଳ: ଆଜି ତାଳଚେର ଧରମପୁର ପଞ୍ଚାୟତର ଧରମପୁର ପ୍ରାଇମେରୀ ସ୍କୁଲ ପରିସରରେ ଲିଙ୍ଗରାଜ ଏମସିଏଲ ସିଏସଆର ପାଣ୍ଠିରୁ ସ୍ଥାନୀୟ ଲୋକଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହେଉଅଛି। ସକାଳ ୯ ଘଟିକା ରୁ ଅପରାହ୍ନ ୪ ଘଟିକା ଚାଲୁ ରହିବ।

ତେବେ ଏମସିଏଲର ଦୁଇ ଜଣ ଡାକ୍ତର ଆଲମ୍ ଓ ଡାକ୍ତର କୌସିକ ଲୋକ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ମାଗଣା ମେଡିସିନ ପ୍ରଦାନ କରୁଛନ୍ତି। ଧରମପୁର ପଞ୍ଚାୟତରେ ଥିବା ଗ୍ରାମ ସରେଇଲୋ, ଜନ୍ଦାବାହାଳ, ଖାଇରାପାଳ, ସ୍କଟଲାଣ୍ଡପୁର ଏବଂ ବିହାରୀପୁର ଲୋକମନେ ଏହି ସ୍ବାସ୍ଥ୍ୟ ସେବାର ଲାଭ ପାଇବା ପାଇଁ ଆଜି ଏହି ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି।

ତେବେ ଆଜିର ଏହି ଶିବିର କିପରି ଭାବେ ଭଲ ହେବ ଏବଂ ଲୋକାମନେ ସ୍ବାସ୍ଥ୍ୟ ସେବା ପାଇବେ ସେଥି ନିମନ୍ତେ ସ୍କୁଲର ପ୍ରଧାନ ଶିକ୍ଷକ, ମେଡିକାଲ ଟିମ୍ ଓ ଧରମପୁର ପଞ୍ଚାୟତର ସରପଞ୍ଚଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର ମାନେ ଏଥିରେ ସାମିଲ ଥିଲେ।