ଅନୁଗୁଳ: ଅନୁଗୁଳ ଜିଲ୍ଲା ଏମ୍ସିଏଲ୍ ପକ୍ଷରୁ ଗୋଟିଏ ଦିନରେ ରେକର୍ଡ ପରିମାଣର କୋଇଲା ପରିବହନ କରାଯାଇଛି । ମଙ୍ଗଳବାର ୫ ଲକ୍ଷ ୪୫ ହଜାର ଟନ୍ କୋଇଲା ପରିବହନ ହୋଇଥିବା ବେଳେ ରେଳ ଯୋଗେ ୩ ଲକ୍ଷ ୬୬ ହଜାର ଟନ୍ ଏବଂ ସଡ଼କ ପଥରେ ୧ ଲକ୍ଷ ୪୫ ହଜାର ଟନ୍ କୋଇଲା ପରିବହନ କରାଯାଇଛି । ସେହି ପରି ଏମ୍ଆର ପଦ୍ଧତିରେ ୩୪ ହଜାର ଟନ୍ କୋଇଲା ପରିବହନ ହୋଇଛି । ତେବେ ରେଳ ଓ ସଡ଼କ ପଥରେ ପରିବହନ ହୋଇଥିବା କୋଇଲା ମଧ୍ୟରୁ ଦେଶର ବିଭିନ୍ନ ଶକ୍ତିକେନ୍ଦ୍ର ଗୁଡ଼ିକୁ ୪ ଲକ୍ଷ ୧୫ ହଜାର ଟନ୍ କୋଇଲା ପରିବହନ କରାଯାଇଛି ବୋଲି ଏମ୍ସିଏଲ୍ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ଏମ୍ସିଏଲ୍ର ଏହି ରେକର୍ଡ ସଂଖ୍ୟକ କୋଇଲା ପରିବହନରେ ୯୯ଟି ରେଳ ବ୍ୟାକ୍ ନିୟୋଜିତ ହୋଇଥିଲା। ଏମସିଏଲ୍ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ଏଥିନେଇ ସମସ୍ତ କୋଇଲା ଶ୍ରମିକ, କର୍ମଚାରୀ ଓ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇବା ସହ ଏମସିଏଲ୍ର ଚଳିତ ଆର୍ଥିକ ବର୍ଷର ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ ୧୬୩ ମିଲିୟନ୍ ଟନ୍ ହାସଲ କରାଯାଇପାରିବ ବୋଲି ଆଶା ପୋଷଣ କରିଛନ୍ତି।