ମୁଖ୍ୟ ଖବର

ଏମ୍‌ସିଏଲ୍‌ର ୧୫ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ବୈଠକ

By Angul TV Bureau

September 17, 2025

ଅନୁଗୁଳ: ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍‌ସିଏଲ୍‌)ର ୧୫ତମ ଥଇଥାନ ଓ ପାରିପାର୍ଶ୍ୱିକ ଉନ୍ନୟନ ପରାମର୍ଶଦାତା କମିଟି (ଆର୍‌ପିଡିଏସି) ବୈଠକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସଚିନ୍‌ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଜମି ଅଧିଗ୍ରହଣକୁ ଲୋକାଭିମୁଖୀ କରିବା ଓ ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ନିଶ୍ଚିତ କରିବା ପାଇଁ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାପାଳ ଅବଦାଲ୍‌ ମୁହମ୍ମଦ୍‌ ଅଖତର ସ୍ୱାଗତ ଭାଷଣ ଦେଇଥିବା ବୈଠକରେ ୧୭ଟି ବିଷୟ ଉପରେ ଆଲୋଚନା ହୋଇଥିଲା।

ତାଳଚେର, କଣିହାଁ ଓ ଛେଣ୍ଡିପଦା ଅଞ୍ଚଳରେ ଏମ୍‌ସିଏଲ୍‌ ପ୍ରକଳ୍ପ ପାଇଁ ବିସ୍ଥାପିତଙ୍କ ସମସ୍ୟା ସମାଧାନ, କଲ୍ୟାଣକାରୀ ଯୋଜନା କାର୍ଯ୍ୟାନ୍ୱୟନ, ଭିତ୍ତିଭୂମି ବିକାଶ ଓ ଜୀବିକା ସହାୟତା ଆଦି ଉପରେ ଆଲୋଚନା ହୋଇଥିଲା। କେନ୍ଦ୍ରମନ୍ତ୍ରୀ ନିୟମିତ ବୈଠକ ଆୟୋଜନ ଓ ବିସ୍ଥାପିତଙ୍କ ଦାବିକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ବୈଠକରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।