ମୁଖ୍ୟ ଖବର

ଏମ୍‌ସିଏଲ୍‌ର ପ୍ରଥମ ସ୍ବତନ୍ତ୍ର କମିଟି ବୈଠକ, ନିଯୁକ୍ତି ଓ କ୍ଷତିପୂରଣ ପ୍ରଦାନ ନେଇ ଆଲୋଚନା

By Angul TV Bureau

May 23, 2025

ଅନୁଗୁଳ: ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍.ସି.ଏଲ୍) ର ପ୍ରଥମ ସ୍ବତନ୍ତ୍ର କମିଟି ବୈଠକ ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ୧୪ତମ ଥଇଥାନ ଓ ପାରିପାର୍ଶ୍ବିକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି)ର ଅନୁମୋଦନ କ୍ରମେ ଏହି ବୈଠକ ବସିଥିଲା।

ବୈଠକରେ ମୋଟ ୫ଟି ବିଷୟରେ ଆଲୋଚନା ହୋଇଥିଲା। ପଥରମୁଣ୍ଡା ଗ୍ରାମର ୧୧ ଗୋଟି ପରିବାରର ୩୩ ଗୋଟି ନିଯୁକ୍ତି, ବାକିଥିବା ୬୮ ନାତିଙ୍କର ନିଯୁକ୍ତି, କଂସମୁଣ୍ଡା ଗ୍ରାମର ୭୯ ଜଣଙ୍କର ବାକିଥ‌ିବା ନିଯୁକ୍ତି, ପିରଖମଣ ଗ୍ରାମର ଭୂ-ଅର୍ଜନ ସମ୍ବନ୍ଧୀୟ କ୍ଷତିପୂରଣ ଓ ହଂସମୂଳ (ତଳସାହି)ର ସ୍ଥାନାନ୍ତରଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ସାଂସଦଙ୍କ ପ୍ରତିନିଧି ରାଜେନ୍ଦ୍ର ପ୍ରସାଦ ସିଂହ, ଜିଲ୍ଲାପାଳ ଅବଦାଲ୍ ଏମ୍ ଅଖତାର, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରା, ସ୍ବତନ୍ତ୍ର ଭୂ-ଅର୍ଜନ ଅଧିକାରୀ ପ୍ରତାପ ହରି ପ୍ରଧାନ, ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ, ଏମ୍.ସି.ଏଲ୍ ଉଦୟ ଅନନ୍ତ କାଓଲେ, ନିର୍ଦ୍ଦେଶକ ମାନବ ସମ୍ବଳ କେଶବ ରାଓ, ନିର୍ଦ୍ଦେଶକ ସଂଚାଳନ ଯୁଗଳ କିଶୋର ବୋରାଙ୍କ ସମେତ ଏମ୍.ସି.ଏଲର ସମସ୍ତ ମହାପ୍ରବନ୍ଧକ ଓ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଯୋଗ ଦେଇଥିଲେ।