ଅନ୍ୟାନ୍ୟ

ଟ୍ରାଫିକ ସମସ୍ୟା ଘେରରେ ମେଡିକାଲ ଛକ

By Angul TV Bureau

June 28, 2022

ଅନୁଗୁଳ: ଆକ୍ସନ ମୁଡରେ ଥିବା ଅନୁଗୁଳ ପୌରପାଳିକା ସହରର ବିଭିନ୍ନ ଛକ ବଜାରରେ ସରକାରୀ ରାସ୍ତାକୁ ଜବର ଦଖଲ କରିଥିବା ଉଠା ଦୋକାନୀଙ୍କୁ ଉଚ୍ଛେଦ କରୁଛି ଅନ୍ୟପକ୍ଷରେ ଉଠା ଦୋକାନୀ ମଧ୍ୟ ଉଚ୍ଛେଦର ଗୋଟିଏ ଦିନ ପରେ ପୁଣି ଠେଲା ଲଗାଇ ବସି ଯାଉଛନ୍ତି ଯଦ୍ୱାରା ଟ୍ରାଫିକ ସମସ୍ୟା ଦ୍ବିଗୁଣିତ ହେଉଛି। କିଛି ମାଫିଆ ପୋୖର କର୍ମଚାରୀଙ୍କୁ ହାତ କରି ନିଜ ହାତ ଚିକ୍କଣ କରିବା ସହ ଉଠା ଦୋକାନୀଙ୍କୁ ରାସ୍ତାରେ ସିବାକୁ ପ୍ରବର୍ତାଉଛନ୍ତି ।ଗୋଟିଏ ଗୋଟିଏ ଦୋକାନରୁ ମାଫିଆ ମାନେ ତିନି ହଜାରରୁ ଦଶ ହଜାର ପର୍ଯ୍ୟନ୍ତ ଟଙ୍କା ଆଦାୟ କରୁଥିବା ଚର୍ଚ୍ଚା ହେଉଚି। ଅନୁଗୁଳ ଛେଣ୍ଡିପଦା ରାସ୍ତାର ମେଡିକାଲ ପଛ ପଟ ରାସ୍ତା ଏଭଳି ଜବର ଦଖଲ ସମସ୍ୟାରେ ଯୁଝି ହେଉଥିବା ବେଳେ ଏହାକୁ ସମ୍ପୂର୍ଣ ଉଚ୍ଛେଦ କରିବାକୁ ଦାବି ହେଉଛି ।