ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଭ୍ୟନ୍ତରୀଣ କମିଟିର ପ୍ରଥମ ବୈଠକ ଆୟୋଜିତ ହୋଇଯାଇଛି। ଏହି ବୈଠକରେ ସିଡିଏମଓ ଡ଼ା ମଦନ ମୋହନ ପ୍ରଧାନ, ଏଡିଏମଓ ମେଡିକାଲ ଡ଼ା ମାନସ ରଞ୍ଜନ ବିଶ୍ଵାଳଙ୍କ ସମେତ କମିଟି ସଦସ୍ୟ, ହସ୍ପିଟାଲ ମ୍ୟାନେଜର, ସିକ୍ୟୁରିଟି ଇନ୍ ଚାର୍ଜ, ପରିମଳ ଅଧିକାରୀ ଆଦି ଯୋଗ ଦେଇଥିଲେ। ବୈଠକରେ ହସ୍ପିଟାଲର ବିଭିନ୍ନ ସମସ୍ୟା ଓ ତାର ସମାଧାନ ଉପରେ ଆଲୋକପାତ କରାଯାଇଥିଲା।
ଜୋତା ଚପଲ ସମସ୍ୟାକୁ ରୋକିବା ପାଇଁ ବ୍ୟାପକ ସୁ’ ଷ୍ଟାଣ୍ଡ କରାଯାଇଥିବା ଉପରେ ଆଲୋଚନା କରାଯାଇଥିଲା।ସେହିଭଳି ହସ୍ପିଟାଲ ପରିମଳ ସମସ୍ୟା,ନିରାପତ୍ତା ବ୍ୟବସ୍ଥା, ରୋଗୀଙ୍କୁ ଠିକଣା ସମୟରେ ବେଡସିଟ ଯୋଗାଇବା, ଔଷଧ ବିତରଣ କେନ୍ଦ୍ରରେ ଶୃଙ୍ଖଳା ସହିତ ଡାକ୍ତରଖାନାର ଉନ୍ନତି କରଣ ପାଇଁ ବିଭିନ୍ନ ଉପକରଣ କିଣା ଉପରେ ଗୁରୁତ୍ବ ଦିଆଯାଇଥିଲା।