ମୁଖ୍ୟ ଖବର

ମେଡ଼ିସିନ ଘୋଟାଲା:ଜିଲ୍ଲାପାଳଙ୍କୁ ଭେଟିଲା କଂଗ୍ରେସ

By Biswaranjan Pattnaik

September 24, 2021

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏକ ପରିତ୍ୟକ୍ତ କ୍ୱାର୍ଟର୍ସରୁ ଲକ୍ଷ ଲକ୍ଷ ଟଙ୍କାର ଏକ୍ସପାରୀ ଔଷଧ ବାହାରିବା ଘଟଣାର ତଦନ୍ତ ଦବି କାରି ଆଜି ଜିଲ୍ଲା କଂଗ୍ରେସର କର୍ମକର୍ତା ମାନେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଭେଟିଛନ୍ତି। କାହା ଅବହେଳାରୁ ଏପରି ମେଡ଼ିସିନ ନଷ୍ଟ ହେଲା ସେଥିନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା କଂଗ୍ରେସ।ଏହାଛଡା ମେଡିକାଲ ରେ ଲିଫ୍ଟ, ଡିଜିଟାଲ ଏକ୍ସରେ ସମସ୍ୟା,ତଳିଆ କର୍ମଚାରୀ ଦଲାଲୀ କରିବା, କ୍ୱାର୍ଟର୍ସ ଆବଣ୍ଟନ ଦୁର୍ନୀତି ଆଦି ନେଇ କର୍ମକର୍ତା ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଆସନ୍ତା ପନ୍ଦର ଦିନ ମଧ୍ୟରେ ତଦନ୍ତ ସମ୍ପୂର୍ଣ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନାଙ୍କ ନେତୃତ୍ୱରେ ଯାଇଥିବା ଏହି ଦଳରେ ଆଡଭୋକେଟ ଜିତେନ୍ଦ୍ର ସାହୁ,ଧର୍ମେନ୍ଦ୍ର ମିଶ୍ର,ନୀଳକଣ୍ଠ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।ଏଠାରେ ପ୍ରକାଶ ଯୋଗ୍ୟ ଯେ ଜିଲ୍ଲାପାଳ ତଦନ୍ତ ଆଦେଶ ଦେବାପରେ ଡ଼ା ବିଶ୍ୱ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ତଦନ୍ତ କରୁଥିବା ଚାରି ଜଣିଆ ଟିମ ଘୋଟଲ। ରେ ସମ୍ପୃକ୍ତ ବିଭିନ୍ନ କର୍ମଚାରୀଙ୍କୁ ଡାକି ପଚାରଉଚର। ଆରମ୍ଭ କରିଛନ୍ତି।