oplus_2097152

ମୁଖ୍ୟ ଖବର

ଏଚ୍‌ଆଇଭି ଦୂରୀକରଣ ନେଇ ମେଡିକ୍ସ କାର୍ଯ୍ୟରତ

By Biswaranjan Pattnaik

November 29, 2026

ଅନୁଗୋଳ: ଗତ କିଛି ବର୍ଷ ଧରି ଅନୁଗୋଳ ଜିଲ୍ଲାରେ ଏଚ୍‌ଆଇଭି ଓ ଏଡ଼ସ କମିବାର ନାଁ ଧରୁନି। ଗତ ଦୁଇ ଦଶନ୍ଧି ଧରି ଜିଲ୍ଲାରେ ଶିଳ୍ପାୟନ ବୃଦ୍ଧି, ସହରୀକରଣ, ବାହାର ରାଜ୍ୟ ରୁ ଶ୍ରମିକ ଚାଲାଣ, ଟ୍ରକର୍ସ ପଏଣ୍ଟରେ ବୃଦ୍ଧି ଦ୍ୱାରା ଏଚ୍‌ଆଇଭି ପୀଡ଼ିତଙ୍କ ସଂଖ୍ୟା ବଢ଼ାଇବାରେ ସହାୟକ ହେଉଛି। ବିଶେଷକରି ୧୮ ବର୍ଷରୁ ୪୦ ବର୍ଷ ବୟସ ମଧ୍ୟରେ ଥିବା ଲୋକ ମାନେ ଅଧିକ ସଂଖ୍ୟାରେ ଅସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ କରୁଥିବାରୁ ଏହି ଦୁଃସାଧ୍ୟ ରୋଗ ବଢ଼ିବାରେ ଲାଗିଛି।

ଅନୁଗୋଳ ଓ ତାଳଚେର ଦ୍ଵେତ ନଗରୀ ଦେଇ ଦୈନିକ ୧୦ ହଜାରରୁ ଅଧିକ ଟ୍ରକ ଚଳାଚଳ କରୁଛି। ଅଲଗା ରାଜ୍ୟରୁ ଆସୁଥିବା ଚାଳକ ଓ ହେଲ୍ପର ମାନେ ଅନେକ ସମୟରେ ଅସୁରକ୍ଷିତ ଯୌନ ସମ୍ପର୍କ ରଖି ରୋଗ ବଢ଼ାଇବାରେ ମୁଖ୍ୟ ଭୂମିକା ସାଜୁଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାରେ ଥିବା ଅନେକ ତୃତୀୟ ଲିଙ୍ଗ ଏଚ୍ଆଇଭିରେ ପୀଡିତ ଥିବା ବେଳେ ସେମାନଙ୍କ ଯୋଗୁଁ ମଧ୍ୟ ଏଚ୍ଆଇଭି ସଂକ୍ରମଣ ବଢୁଛି। ଜିଲ୍ଲାରେ ଥିବା ଟେଷ୍ଟିଙ୍ଗ ଓ କାଉନସେଲିଙ୍ଗ ସେଣ୍ଟର ମଧ୍ୟ ରୋଗୀ ଚି଼ହ୍ନଟ କରୁଛନ୍ତି ଫଳରେ ରୋଗୀ ସଂଖ୍ୟା ବଢୁଛି। ମେଡିକ୍ସ ଏଭଳି ଘଡି ଘଡ଼ିସନ୍ଧି ମୁହୁର୍ତରେ ଜିଲାରୁ କିଭଳି ଏଡ଼ସ ହ୍ରାସ ପାଇବ ସେଥିନେଇ ଉଦ୍ୟମ ଆରମ୍ଭ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ମେଡିକ୍ସର ନିର୍ଦେଶକ ଡା ଦିଲୀପ ସାମଲ ଖଣି ଖାଦାନ ଭରା ଅନୁଗୋଳ ଜିଲ୍ଲାକୁ ବାହାରୁ ବହୁ ସଂଖ୍ୟାରେ ତୃତୀୟ ଲିଙ୍ଗ ପେଟ ପୋଷିବାକୁ ଚାଲି ଆସୁଥିବା କହିବା ସହ ସେମାନଙ୍କ ମଧ୍ୟରୁ ଯେଉଁ ମାନେ ଅସୁରକ୍ଷିତ ଯୌନ କାରବାର କରୁଛନ୍ତି ସେମାନଙ୍କ ଯୋଗୁଁ ଏଚ୍‌ଆଇଭି ବଢୁ ଥିବା ସେ ପ୍ରକାଶ କରିଥିଲେ।

ସେମାନଙ୍କୁ ଗୋଷ୍ଠୀଗତ କରି ବିଭିନ୍ନ ଯୋଜନା ମାଧ୍ୟମରେ ଥଇଥାନ କରିବାର ଆବଶ୍ୟକତା ଅଛି ବୋଲି ଡା ସାମଲ କହିଥିଲେ।ସେମାନଙ୍କ ପାଇଁ ପ୍ରଶାସନ ଏକ କମ୍ୟୁନିଟି ସେଣ୍ଟର କରି ସଚେତନତା କାର୍ଯ୍ୟକ୍ରମ କଲେ ଏଚ୍‌ଆଇଭିକୁ ଜିଲ୍ଲାରେ ହ୍ରାସ କରିହେବ ବୋଲି ମେଡିକ୍ସ ପକ୍ଷରୁ କୁହାଯାଇଛି। ଜୀବନ ଜୀବିକାର ତାଲିମ ପାଇଲେ କିନ୍ନର ମାନେ ସମାଜର ମୁଖ୍ୟ ସ୍ରୋତକୁ ଆସି ସେମାନେ ସାଧାରଣ ଜୀବନ ଯାପନ କରିପାରିବେ ବୋଲି ମେଡିକ୍ସର ପ୍ରକଳ୍ପ ସଂଯୋଜିକା ଇତିଶ୍ରୀ ଅପରାଜିତା ପାତ୍ର ପ୍ରକାଶ କରିଥିଲେ।