ମୁଖ୍ୟ ଖବର

ସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ନେଇ ବୈଠକ ଆୟୋଜିତ

By Angul TV Bureau

August 20, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲାର କିଶୋରନଗର ଅଞ୍ଚଳରେ ସୁରେଶ୍ବରୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ଜୀବନ ଜୀବିକା କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ଜଏରାଟ ଠାରେ ଆୟୋଜିତ ବୈଠକରେ କମିଟିର ସମ୍ପାଦକ ପିତାମ୍ବର ପ୍ରଧାନ ସଭାପତିତ୍ୱ କରିଥିଲେ।

ବୈଠକରେ ସାଙ୍ଗଠନିକ ସମ୍ପାଦକ ରମଣୀ ରଂଜନ ପ୍ରଧାନ, ତୀର୍ଥବାସୀ ଭୋଇ, ରବୀନ୍ଦ୍ର ସାହୁ, ଯୋଗେଶ୍ବର ପ୍ରଧାନ, ଲକ୍ଷଣ ବେହେରା, ଯୋଗିନ୍ଦ୍ର ବିଶ୍ବାଳ, ତରୁଣ ବେହେରା, ରାମଚନ୍ଦ୍ର ଦେହୁରୀ, ନିରାକାର ମୁଣ୍ଡା, ସୁରୁଚି ପ୍ରଧାନ ପ୍ରମୁଖ ଯୋଗ ଦେଇ ସୁରେଶ୍ବରୀ ଜଳସେଚନ ଯୋଜନା କାର୍ଯ୍ୟକାରୀ ନ ହୋଇଥିବାରୁ ସରକାରୀ ବ୍ୟବସ୍ଥାକୁ ନିନ୍ଦା କରିଥିଲେ। ଜଳ ଅଭାବରୁ ଅଞ୍ଚଳରେ ମରୁଡ଼ି ପରିସ୍ଥିତି ଦେଖିବାକୁ ମିଳିଛି। ତେବେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଆସନ୍ତା ୨୮ ରେ କରମଲକଟା ଠାରେ ଏକ ବୈଠକ ହେବ ବୋଲି ନିଷ୍ପତ୍ତି ହୋଇଛି।