ଅନ୍ୟାନ୍ୟ

ଆସନ୍ତା ୧୫ରେ ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

By Angul TV Bureau

September 13, 2023

ଅନୁଗୁଳ: ଅନୁଗୁଳ ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବ। ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଭାବେ ସଂଗ୍ରାମ କେଶରୀ ମିଶ୍ର ଯୋଗ ଦେବା ପରେ ନୂତନ ଭାବେ ଜିଲ୍ଲା କମିଟି ଗଠନ କରିଥିଲେ। ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ଶୁକ୍ରବାର ନାଲକୋ ନଗର ସ୍ଥିତ ନେସ କାର୍ଯ୍ୟାଳୟର ସଭାଗୃହଠାରେ ଦିନ ୧୦ଟାରେ ବୈଠକ କରିବାକୁ ସ୍ଥିର ହୋଇଛି। ବୈଠକରେ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ନବ ନିଯୁକ୍ତ କର୍ମକର୍ତ୍ତା, କାର୍ଯ୍ୟକାରୀ ସଦସ୍ୟ, ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଉପସ୍ଥିତ ରହିବାକୁ ଜିଲ୍ଲା ସଭାପତି ନିବେଦନ କରିଥିବା ଜିଲ୍ଲା କଂଗ୍ରେସ ମୁଖପାତ୍ର ଗୋପାଳ ଚନ୍ଦ୍ର ନାଥ ସୂଚନା ଦେଇଛନ୍ତି।