ଅନ୍ୟାନ୍ୟ

ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି: ଆଉ ବରଦାସ୍ତ କରାଯିବନି ଶ୍ରମିକଙ୍କୁ ଶୋଷଣ

By Angul TV Bureau

April 09, 2023

ଅନୁଗୁଳ: ସ୍ଥାନୀୟ ମାରୱାଡ଼ି ଧର୍ମଶାଳାଠାରେ ଓଡ଼ିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ୧୮ ତମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ସଂଘର ସଭାପତି ସନ୍ତୋଷ କୁମାର ମଙ୍ଗରାଜ ଏବଂ ସମ୍ପାଦକ ଦୀନବନ୍ଧୁ ସାହୁଙ୍କ ନେତୃତ୍ଵରେ ଆୟୋଜିତ ବୈଠକରେ ବିଭିନ୍ନ ଜିଲ୍ଲାର ପ୍ରଭାରୀମାନେ ଯୋଗ ଦେଇ ମତ ବ୍ୟକ୍ତ କରିଥିଲେ।

ଶ୍ରମିକମାନଙ୍କ ପ୍ରତି ହେଉଥିବା ଶୋଷଣକୁ ବରଦାସ୍ତ କରାଯିବ ନାହିଁ ବୋଲି ସମସ୍ତେ ମତ ଦେଇଥିଲେ। ଏ ଅବସରରେ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକ ଗତ କାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ହୋଇଛି। ବୈଠକ ପରିଚାଳନାରେ ସଂଗ୍ରାମ ସାହୁ, ବରୁଣ କୁମାର ଚାଉଳିଆ ପ୍ରମୁଖ ସହଯୋଗ କରିଥିଲେ।