ମୁଖ୍ୟ ଖବର

ଜୀବ ନିଷ୍ଠୁରତା ନିରୋଧ ସମ୍ପର୍କରେ ବୈଠକ: ଜୀବଜନ୍ତୁଙ୍କ ଉପରେ ହେଉଥିବା ଅତ୍ୟାଚାର ରୋକିବା ଉପରେ ଗୁରୁତ୍ୱ

By Angul TV Bureau

March 10, 2023

ଅନୁଗୁଳ: ଅକଥନୀୟ ଜୀବ ନିଷ୍ଠୁରତା ନିରୋଧ ସମିତି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମରେ ଏକ ବୈଠକ ଆଜି ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ନିରୋଦ ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଅତିରିକ୍ତ ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ପ୍ରତାପ କୁମାର ପଟ୍ଟନାୟକ ବିବରଣୀ ପାଠ କରିଥିଲେ। ପିପୁଲ ଫର ଆନିମଲର ସମ୍ପାଦକ କୁନା କୁମାର ସାହୁ ଜୀବଜନ୍ତୁଙ୍କ ଉପରେ ହେଉଥିବା ଅତ୍ୟାଚାର, ବେଆଇନ୍ ଗୋ ଚାଲାଣ ଏବଂ ଗୋ ସମ୍ପଦର ସୁରକ୍ଷା ନିମନ୍ତେ କଠୋର ଆଇନ୍ କରାଯିବା ସହିତ ବୁଲା ଜୀବଜନ୍ତୁଙ୍କର ଦୁର୍ଘଟଣାଜନିତ ଚିକିତ୍ସା ନିମନ୍ତେ ନିଆଯାଉଥିବା ୟୁଜର ଫି’ ବନ୍ଦ କରିବାକୁ ମତ ଦେଇଥିଲେ। ବୈଠକରେ ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଜିତେନ୍ଦ୍ର କୁମାର ଦଳେଇ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଏମ୍ ଭି ଆଇ ଦିବ୍ୟଜ୍ୟୋତି ମହନ୍ତ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ, ପାଳଲହଡା ଦେବୀଦତ୍ତ ମାଝି, ଆଠମଲ୍ଲିକ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ନୀଳାଞ୍ଚଳ ସେନାପତି, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଉମେଶ ଚନ୍ଦ୍ର ରାଉତ, ପ୍ରାଣୀ ମଙ୍ଗଳ ଟ୍ରଷ୍ଟର ଅଧ୍ୟକ୍ଷ ରବିନ୍ଦ୍ର ନାଥ ପ୍ରଧାନ, ସହକାରୀ ବନ ସରଂକ୍ଷକ ରଞ୍ଜନ କୁମାର ବେହେରା, ସାତକୋଶିଆ ସହକାରୀ ବନ ସଂରକ୍ଷକ ଦିବ୍ୟସିଂହ ମାଝୀ, ଉପାଧ୍ୟକ୍ଷ ଡା. ଭରତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।