ମୁଖ୍ୟ ଖବର

ଉପଖଣ୍ଡ କ୍ରୀଡ଼ା ସଂସଦ ଗଠନ ନେଇ ବୈଠକ

By Angul TV Bureau

September 17, 2026

ଅନୁଗୋଳ: ଅନୁଗୋଳ ସର୍କିଟ ହାଉସ ଠାରେ ଆଜି ପୂର୍ବାହ୍ନରେ ଉପଖଣ୍ଡ କ୍ରୀଡ଼ା ସଂସଦ ଗଠନ ନେଇ ଏକ  ବୈଠକ ଆୟୋଜିତ ହୋଇଥିଲା।  ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କ୍ରୀଡା ସଂସଦର ବହୁ ପୁରାତନ ସଦସ୍ୟ ଯୋଗ ଦେଇଥିଲେ। ବିଭିନ୍ନ କାରଣରୁ ଅନୁଗୋଳ ଉପଖଣ୍ଡ କ୍ରୀଡ଼ା ସଂସଦ ଅଚଳ ଅବସ୍ଥାରେ ଥିବାରୁ କ୍ରୀଡାର ଉନ୍ନତି ନେଇ କୌଣସି ପଦକ୍ଷେପ ନିଆଯାଇ ପାରୁ ନାହିଁ। ତେବେ ଏହାକୁ ପୁଣି ଗଠନ କରି ଚାଲୁ କରିବା ପାଇଁ କ୍ରୀଡା ପ୍ରେମୀ ଏବଂ ପୁରୁଖା ଖେଳାଳୀ ମାନେ ବିଧାୟକଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ଦେଇଥିଲେ।

ବିଧାୟକ ସମସ୍ତ ସଦସ୍ୟଙ୍କ ବକ୍ତବ୍ୟ ଧୈର୍ଯ୍ୟର ଶୁଣିବା ପରେ ଉପଖଣ୍ଡ କ୍ରୀଡ଼ା ସଂସଦ ଗଠନ ନେଇ ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ଏବଂ ଏହାକୁ ମନୋନୟନ ପଦ୍ଧତିରେ କରାଯିବାକୁ ପରାମର୍ଶ ଦେଇଥିଲେ। ସେହିଭଳି ପୁରୁଣା କ୍ରୀଡା ସଂସଦ କୋଠାକୁ ଭାଙ୍ଗି ଏକ ଭବ୍ୟ ମିଟିଂ ହଲ ଥାଇ ନୂତନ କୋଠା ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ପୂର୍ବତନ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ନୀଳମଣି ରାଉତଙ୍କ ସମେତ ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ସାହୁ,ଆଇନଜୀବୀ ପ୍ରଦୀପ କୁମାର ଦେବତା, ରୁଚିର କୁମାର ଦାସ,ପ୍ରଭାତ କୁମାର ଦାସ,ଜୟ ପଟ୍ଟନାୟକ,ଶକ୍ତି ପ୍ରସାଦ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ରାଉତ, ଯୁଧିଷ୍ଠିର ସେଠ ପ୍ରମୁଖ ଉପସ୍ଥିତ ଥିଲେ ।