ଅନ୍ୟାନ୍ୟ

ପଞ୍ଚାୟତସ୍ତରୀୟ ବାଲ୍ୟବିବାହ ନିରୋଧ ସଭା: ବାଲ୍ୟ ବିବାହର କୁପରିଣାମ ସହିତ ଦଣ୍ଡ ବିଧାନ ଉପରେ ଆଲୋଚନା

By Sanjeeb Biswal

March 25, 2023

ଛେଣ୍ତିପଦା: ଅନୁଗୁଳ ଚାଇଲ୍ଡ ଲାଇନ, କୈଳାଶ ସତ୍ୟାର୍ଥୀ ଫାଉଣ୍ତେସନ, ବିଶ୍ୱଯୁବ କେନ୍ଦ୍ର ପକ୍ଷରୁ ଛେଣ୍ତିପଦା ବ୍ଲକ ବାଲିପଟ୍ଟା ପଞ୍ଚାୟତଠାରେ ବାଲ୍ୟ ବିବାହ ନିରୋଧ ସଭା ଅନୁଷ୍ଠିତ ହୋଇଛି।

ସରପଞ୍ଚ ରଶ୍ମିତା ଗଡନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା, ଅଙ୍ଗନୱାଡି, ଆଶା କର୍ମୀଙ୍କ ସମେତ ଗ୍ରାମବାସୀଙ୍କ ଉପସ୍ଥିତିରେ ବାଲ୍ୟ ବିବାହକୁ ରୋକିବା ଓ ଏହାର କୁପରିଣାମ ସହିତ ଦଣ୍ଡ ବିଧାନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଜରପଡା ସରପଞ୍ଚ ବିଦେଶୀ ବେହେରା, ଅଙ୍ଗନୱାଡି ସୁପରଭାଇଜର୍ ବୃନ୍ଦାବତୀ, ଚାଇଲ୍ଡଲାଇନର ସଂଯୋଜିକା ପୂଜା ସ୍ୱାଇଁ, ସଦସ୍ୟ ରାମଚନ୍ଦ୍ର ସାହୁ, କମଳଲୋଚନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।