ଅନ୍ୟାନ୍ୟ

ମେଘନି ଦେଇ ଆଉ ନାହାନ୍ତି

By Biswaranjan Pattnaik

August 15, 2025

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ରମେଶ ସାହୁଙ୍କ ଧର୍ମପତ୍ନୀ ତଥା ସ୍ଥାନୀୟ ଅଂଚଳରେ ମେଘନି ଦିଦି ନାମରେ ପରିଚିତ ଅବସରପ୍ରାପ୍ତ ଶିକ୍ଷୟିତ୍ରୀଙ୍କ ଗତ ୧୪ ତାରିଖରେ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି।

ମେଘନି ଦିଦି ନିଜ ଶ୍ଵଶୁର ଘର ରାଣିଗୋଡା ପ୍ରାଥମିକ ସ୍କୁଲ, ଶିକ୍ଷକପଡ଼ା, ସିମିଳିପଡ଼ା ଓ ଶେଷରେ ଉତ୍ତର ପଡ଼ା ପ୍ରାଥମିକ ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଅବସର ଗ୍ରହଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା। ତାଙ୍କର ସ୍ବାମୀଙ୍କ ବ୍ୟତୀତ ଦୁଇ ପୁଅ ବୋହୁ ନାତି ନାତୁଣୀ ଅଛନ୍ତି। ମେଘନୀ ଦିଦି ଜଣେ ଆଦର୍ଶ ଶିକ୍ଷୟିତ୍ରୀ, ଧର୍ମପ୍ରାଣା ମହିଳା ଭାବେ ସ୍ଥାନୀୟ ଅଂଚଳରେ ପରିଚିତ ଥିଲେ। ତାଙ୍କ ପରଲୋକ ଖବରପାଇ ବହୁ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ରାଣିଗୋଡା ଓ ଅନୁଗୁଳ ସହରର ବହୁ ବାସିନ୍ଦା ରାଣିଗୋଡା ସ୍ଥିତ ତାଙ୍କ ବାସ ଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଦେବା ସହ ଶେଷ ଦର୍ଶନ କରିଥିଲେ।