ଅନ୍ୟାନ୍ୟ

ଅନୁଗୁଳ ସଦର ଥାନାର ନୂତନ ଥାନା ଅଧିକାରୀଙ୍କୁ ସ୍ୱାଗତ କଲେ ୱେବ ମିଡିଆ ମହାସଂଘର ସଦସ୍ୟ

By Angul TV Bureau

June 10, 2023

ଅନୁଗୁଳ: ଅନୁଗୁଳ ସଦର ଥାନା ଭାରପ୍ରାପ୍ତ ଅଧିକାରୀ ଧୀରେନ କୁମାର ବେହେରାଙ୍କୁ ଅନୁଗୁଳ ଜିଲ୍ଲା ୱେବ ମିଡିଆ ମହାସଂଘ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।

ସଂଘର ସଭାପତି ଶଶାଙ୍କ ଶେଖର ସାମଲଙ୍କ ଆହ୍ୱାନକ୍ରମେ ସଭ୍ୟମାନେ ମିଳିତ ହୋଇ ପୁଷ୍ପଗୁଚ୍ଛ ଦେଇ ଭାରପ୍ରାପ୍ତ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ। ଏ ଅବସରରେ ସଦର ଥାନା ଅଞ୍ଚଳର ସୁରକ୍ଷା ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଅଞ୍ଚଳରେ ଆଇନ ଶୃଙ୍ଖଳା, ସେବା ଓ ସୁରକ୍ଷା ଦିଗରେ କାର୍ଯ୍ୟ ପ୍ରାଥମିକତା ଦେବେ ବୋଲି ଥାନା ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।