ମୁଖ୍ୟ ଖବର

ଷ୍ଟାରଲିଙ୍କ କମ୍ପାନୀ ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ଦାବିପତ୍ର

By Angul TV Bureau

November 09, 2026

ଅନୁଗୋଳ: ଷ୍ଟାରଲିଙ୍କ କମ୍ପାନୀ ବିରୋଧରେ ରାଷ୍ଟ୍ରୀୟ ସ୍ୱାର୍ଥ, ଦେଶର ସାର୍ବଭୌମତ୍ୱ ଓ ଜାତୀୟ ହିତ ସୁରକ୍ଷା ଦାବିରେ ଅନୁଗୋଳ ଜିଲ୍ଲାପାଳଙ୍କ ଜରିଆରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଅବସରରେ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଷ୍ଟାରଲିଙ୍କ କମ୍ପାନୀ ସମ୍ପର୍କରେ ନିଜ ଆପତ୍ତି ଓ ଦାବି ଉପସ୍ଥାପନ କରିଥିଲେ। ଏଥିସହ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ବିଚାର କରି ରାଷ୍ଟ୍ରୀୟ ସ୍ତରରେ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ରାଷ୍ଟ୍ରପତିଙ୍କ ନିକଟରେ ନିବେଦନ କରିଥିଲେ।

ଦେଶର ସ୍ୱାର୍ଥ, ସାର୍ବଭୌମତ୍ୱ ଓ ଜାତୀୟ ହିତକୁ ସର୍ବାଧିକ ଗୁରୁତ୍ୱ ଦେବା ସହ ସ୍ୱଦେଶୀ ଭାବନାକୁ ଆଗକୁ ବଢ଼ାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କାର୍ଯ୍ୟକର୍ତ୍ତାମାନେ ପ୍ରକାଶ କରିଥିଲେ।